ଅନୁଗୁଳ ଜିଲ୍ଲା ଡାକ୍ତରଖାନାର ବରିଷ୍ଠ ଡାକ୍ତରଙ୍କ ପରଲୋକ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନୁଗୁଳ ଜିଲ୍ଲା ଡାକ୍ତରଖାନାର ବରିଷ୍ଠ ଡାକ୍ତର ଆର.କେ.ଏସ. ମହାପାତ୍ରଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ଆଜି ସକାଳେ ସେ ଏକ ଘରୋଇ କ୍ଲିନିକରେ ରୋଗୀ ଦେଖୁଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଏଣୁ ସେ ନିଜେ ଏକ ଘରୋଇ ନର୍ସିଂ-ହୋମରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଇଛି । ସେ ଜଣେ ମେଡ଼ିସିନ ସ୍ପେଶାଳିଷ୍ଟ୍‌ ଭାବେ ବେଶ ଜଣାଶୁଣା ଭଲ ଡାକ୍ତର ଥିଲେ । ତାଙ୍କ ଘର କାମାକ୍ଷାନଗର ସ୍ଥିତ ଭୂବନ ଗାଁ ହୋଇଥିବା ବେଳେ ସେ ଦୀର୍ଘଦିନ ହେଲା ଅନୁଗୁଳ ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ ଆଠମଲ୍ଲିକ ଉପଖଣ୍ତ ଚିକିତ୍ସାଳୟ ଓ ଅନୁଗୋଳ ଜେଲରେ ଚିକିତ୍ସକ ଭାବେ କାର୍ଯ୍ୟ କରିଥିଲେ । ସେ ଜଣେ ମେଳାପୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ । ମୁଖ୍ୟତଃ ରୋଗୀ ଦେଖିବା ବେଳେ ଅତି ଶାନ୍ତ ଓ ସର୍ବଦା ସେ ହସହସ ମୁହଁରେ ରହୁଥିବା ଯୋଗୁଁ ତାଙ୍କର ବେଶ ସୁନାମ ଥିଲା । ତାଙ୍କ ଅକାଳ ବିୟୋଗରେ ସ୍ୱାସ୍ଥ୍ୟବିଭାଗରେ ଏବଂ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

error: Content is protected !!