jayashree

ବ୍ରିଟେନ୍‌ର ବିଦ୍ୟାଳୟ ପୁସ୍ତକରେ ହିନ୍ଦୁ ଧର୍ମର ଭୁଲ ଚିତ୍ରଣ : ବିରୋଧ ପରେ ମାଗିବାକୁ ପଡ଼ିଲା କ୍ଷମା

ଲଣ୍ଡନ : ହିନ୍ଦୁ ଧର୍ମ ଉପରେ ଏକ ଅଧ୍ୟାୟରେ ଆତଙ୍କବାଦର ଛାପ ଛଡ଼ାଯାଇଥିବା କାରଣରୁ ଅଭିଭାବକ ଏବଂ ବ୍ରିଟେନ୍‌ ହିନ୍ଦୁ ସଂଗଠନର ବିରୋଧ ପରେ ଇଂଲଣ୍ଡର ଏକ ସ୍କୁଲ କ୍ଷମା ମାଗିଛି । ଏପରିକି ସ୍କୁଲ ନିଜ ୱେବ୍‌ସାଇଟ୍‌ରୁ ସେହି ସ୍କୁଲ ୱାର୍କବୁକ୍‌କୁ ହଟେଇ ଦେଇଥିବା ଜଣାପଡ଼ିଛି । ଇଂଲଣ୍ଡର ୱେଷ୍ଟ୍‌ ମିଡ଼୍‌ଲେଣ୍ଡ୍‌ସ୍‌ କ୍ଷେତ୍ରର ସୋଲିହୁଲରେ ଲାଙ୍ଗଲେ ସ୍କୁଲରେ ଗତକାଲି କହିଛି ଯେ, କିଛି ବର୍ଷ ତଳେ ‘ଜିସିଏସ୍‌ଇ ରିଲିଜିଅସ୍‌ ଷ୍ଟଡିଜ୍‌ : ରିଲିଜନ’, ପିଏସ୍‌ ଏଣ୍ଡ କପ୍ଲିଟ୍‌ ୱାର୍କବୁକକୁ ବାହାରୁ କିଣା ଯାଇଥିଲା ଏବଂ ଏବେ ତାହାକୁ ହଟାଇ ଦିଆଯାଇଛି । ତେବେ ସ୍କୁଲ ପକ୍ଷରୁ ସର୍ତ୍ତ ବିହୀନ କ୍ଷମା ପ୍ରାର୍ଥନା କରାଯାଇଛି । ନିଜ ବୟାନରେ ସ୍କୁଲ ପକ୍ଷରୁ କୁହାଯାଇଛି ଯେ, ଦୁର୍ଭାଗ୍ୟବଶତଃ ଏହି ଦସ୍ତାବିଜକୁ ବାହାରୁ କିଣା ଯାଇଥିଲା ଏବଂ ଆମ ସ୍କୁଲରେ ଆମର କର୍ମକର୍ତ୍ତାମାନେ ଏହାକୁ ପ୍ରସ୍ତୁତ କରି ନଥିଲେ । ଅଭିଭାବକ ଏବଂ ବ୍ରିଟେନ୍‌ ହିନ୍ଦୁ ସଂଗଠନକୁ ଆଶ୍ୱସ୍ତ କରାଯାଇଛି ଯେ, ଏହାର ବ୍ୟବହାର ସ୍କୁଲରେ ଆଉ କରାଯାଇ ନାହିଁ । ସଂପୃକ୍ତ ବିଷୟକୁ ୱେବ୍‌ସାଇଟ୍‌ରୁ ତୁରନ୍ତ ବାଦ୍‌ ଦିଆଯାଇଛି ।

Leave A Reply

Your email address will not be published.