oom

ବଲାଙ୍ଗିର ସହରରେ ବଢ଼ୁଛି ଅପରାଧ : ପୋଲିସ ଘାଇଁ ଘାଇଁ ପଇଁତରା ମାରୁଥିବା ସତ୍ୱେ ଅପରାଧ ଥମୁନି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢ଼ି ଚାଲିଛି ଅପରାଧ । ସହରରେ ମାତ୍ରାଧିକ ଅପରାଧିକ ଗତିବିଧିକୁ ରୋକିବା ପାଇଁ ବଲାଙ୍ଗିର ପୋଲିସ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରି ସାରା ସହରରେ ଘାଇଁ ଘାଇଁ ପଇଁତରା ମାରୁଥିବା ସତ୍ୱେ ଅପରାଧ ଥମୁନି । ଗୋଟିଏ ପଟେ ନିଶା କାରବାରରେ ଯୁବ ସମାଜ ଲିପ୍ତ ଥିବା ଭଳି ଉଦ୍‌ବେଗଜନକ ସ୍ଥିତି ଦେଖାଯାଉଥିବା ବେଳେ ଅନ୍ୟପଟେ ଦିନ୍‌ ଦାହାଡ଼ା ଚୋରି, ଡକାୟତି, ଲୁଟ୍‌ ତରାଜ୍‌ ସହ ଗୁଣ୍ଡାଗର୍ଦ୍ଦି ବଢ଼ି ବଢ଼ି ଚାଲିଛି । ଗତ ୧୨ ତାରିଖ ଦିନ ସ୍ଥାନୀୟ କଂସାରୀପଡ଼ାର ଜ୍ୟୋତିରଂଜନ ବେଦବାଗ୍‌ଙ୍କ ଘର ସାମ୍ନାରେ ରଖା ଯାଇଥିବା ବାଇକ୍‌ରେ ନିଆଁ ଲଗାଇ ଦୁର୍ବୃତ୍ତ ମାନେ ଫେରାର୍‌ ହୋଇଥିବା ବେଳେ ଭୀମ ଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ ପରିସରରୁ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଦୁର୍ବୃତ୍ତ ମାନେ ଲୁଟିନେଲେ ନଗଦ ଟଙ୍କା । ଏଇ ଭିତରେ ପୁଣି କିଛି ଦୁର୍ବୃତ୍ତ ମାଛ ବଜାର ପାଇଁ ଆରମ୍ଭ ହୋଇଥିବା ନୂତନ ଭେଣ୍ଡିଂ ଜୋନ୍‌ରେ ନିଆଁ ଲଗାଇ ଦେଇଥିବା ବେଳେ ନିକଟରେ ରମାଇ ଟକିଜ୍‌ ସିନେମା ହଲ୍‌ ନିକଟସ୍ଥ ଏକ ମୋବାଇଲ୍‌ ଦୋକାନ ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କାର ମୋବାଇଲ୍‌ ଫୋନ୍‌ ସହ ନଗଦ ଟଙ୍କା ଚୋରି କରି କଳାକନା ବୁଲେଇ ଦେଇଛନ୍ତି ଦୁର୍ବୃତ୍ତମାନେ । ସେହିପରି ଗତକାଲି ଘରୋଇ ବସ୍‌ଷ୍ଟେଣ୍ଡରୁ ଇଚ୍ଛାପଡ଼ାର ଜଣେ ମହିଳାଙ୍କ ମୋବାଇଲ୍‌ ଫୋନ୍‌ ଚୋରି ହୋଇଥିବା ନେଇ ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି । ତେବେ ଏତେ ସବୁ ଅପରାଧିକ କାର୍ୟ୍ୟକଳାପ ସହରରେ ବଢ଼ି ବଢ଼ି ଚାଲିଥିବା ବେଳେ ପୋଲିସର ତତ୍ପରତା ଓ କାର୍ୟ୍ୟାନୁଷ୍ଠାନ ସଫଳ ହେଉନଥିବା ଚିନ୍ତାର ବିଷୟ ପାଲଟିଛି ।

jittmm
Leave A Reply

Your email address will not be published.