ସୂର୍ଯ୍ୟକାନ୍ତି ଟିଭିର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ

ଭବାନୀପାଟଣା, (ପି.କେ. ସାହୁ) : ସୁପରିଚିତ ସାହିତ୍ୟ ଭିର୍ତ୍ତିକ ୱେବ ଚ୍ୟାନେଲ ସୂର୍ଯ୍ୟକାନ୍ତି ଟିଭିର ଦ୍ୱିତୀୟ ପ୍ରତିଷ୍ଠା ଦିବସ କରୋନା ମହାମାରୀ ଯୋଗୁଁ ଭର୍ଚୁଆଲ ମାଧ୍ୟମରେ ପାଳିତ ହୋଇଯାଇଛି ।ସୂର୍ଯ୍ୟକାନ୍ତି ଟିଭିର ମୁଖ୍ୟ ପରିଚାଳକ ଯୁଧିଷ୍ଠିର ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସୁପରଚିତ ସାହିତ୍ୟିକ ସତ୍ୟନାରାୟଣ ମୁଣ୍ଡଛିନା ଯୋଗ ଦେଇଥିବା ବେଳେ ବିଶିଷ୍ଠ ଅତିଥି ଭାବେ ଗାଳ୍ପିକ ପ୍ରକାଶ ନିଶାଙ୍କ, କବି ତଥା ଉପଦେଷ୍ଟା ବିରଞ୍ଚି ନାରାୟଣ ମୁଣ୍ଡ ଓ ଅନ୍ୟତମ ଉପଦେଷ୍ଟା ନାହେଦା ସାହିନ ଯୋଗ ଦେଇଥିଲେ । କଣ୍ଠଶିଳ୍ପୀ ଚିନ୍ମୟୀ ବୈଠାରୁ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ପରିଚାଳକ ଦକ୍ଷ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ଓ କବି ସଞ୍ଜୀବ କୁମାର ପଣ୍ଡା କାର୍ଯ୍ୟକ୍ରମର ପ୍ରଥମ କବିତାଟି ପାଠ କରିଥିଲେ । ସୂର୍ଯ୍ୟକାନ୍ତି ଟିଭିର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଅନ୍ନପୂର୍ଣ୍ଣା ପଣ୍ଡା ନିଜର ଅନୁଭୂତି ଉପସ୍ଥାପନ କହିଥିଲେ । ଉପସ୍ଥାପିକା ସୁମତି ମୁଣ୍ଡ ସଭା ପରିଚାଳନା କରିଥିଲେ ଏବଂ ଉପସ୍ଥାପିକା ସାବିତ୍ରୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥାପିକା କାଜଲ ମହାରଣା, ସ୍ୱାଗତିକା ମିଶ୍ର ଓ ସୌମ୍ୟରଂଜନ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୪୦ରୁ ଅଧିକ କବି ଏହି ଆଭାସି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.