ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟରେ ସେନା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟରେ ଆଜି ସେନା ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀ ତଥା ସମସ୍ତ ସଦସ୍ୟ ବଲାଙ୍ଗିରର ସହିଦ ବୀର ପୁତ୍ର କିଶୋର ମଲ୍ଲିକ, ସମୀର ଜାଲ, ହେମନ୍ତ ନାଏକ, ସୁମନ୍ତ ପଧାନ ଏବଂ ଥବୀର ବୁଡେ଼କଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସଙ୍ଗେ ସଙ୍ଗେ ସ୍ମୃତିଚାରଣ କରିଥିଲେ । ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ ସେନା ଦିବସ ଅବସରରେ ତାଙ୍କର ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ, ଦେଶର ସୈନିକ ଦେଶ ପାଇଁ ସମର୍ପିତ । ଦେଶର ସୁରକ୍ଷା ପାଇଁ ସେ ନିଜ ଜୀବନକୁ ଜଳାଞ୍ଜଳି ଦେବାକୁ ମଧ୍ୟ ସାମାନ୍ୟ କୁଣ୍ଠାବୋଧ କରେନାହିଁ । ଯେଉଁମାନେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନେ ତାଙ୍କ ଜୀବନକୁ ପୂର୍ଣ୍ଣାଙ୍ଗ ସଫଳ କରିପାରିଛନ୍ତି । ସେମାନଙ୍କୁ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ ପକ୍ଷରୁ କୋଟି କୋଟି ସଲାମ୍‌ । ଏହି ଦିବସରେ ସଂଘର ଉପସଭାପତି ସର୍ବେରାମ ପଟେଲ, କୋଷାଧ୍ୟକ୍ଷ ଘାସିରାମ ବେହେରା, ସଂଯୋଜକ ଅରୁଣ ବାରିକ, କୃଷ୍ଣଚନ୍ଦ୍ର ପରମଗୁରୁ, କେଦାର ନାଥ ନାମଦେବ, ସୁଶୀଲ ପଟେଲ, ରାଜେନ୍ଦ୍ର ଶବର, ପ୍ରମୋଦ ବାବୁ, ଶଙ୍କର ଜୁଏଡ଼, ନୀଳକଣ୍ଠ ପାଢ଼ି, ଶମ୍ଭୁ ପ୍ରସାଦ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.