csstore

ୱେଷ୍ଟ ଜୋନ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ସୁବର୍ଣ୍ଣପୁର ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ବିଏମ୍‌ପୁରଠାରେ ଆସନ୍ତା ୧୫ ଓ ୧୬ ତାରିଖରେ ପଶ୍ଚିମ ଓଡିଶା ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକୋଣ୍ଡୋ ସଂଘର ସଂପାଦକ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୧୩ ଜଣିଆ ଟିମ୍‌ ଏଥିରେ ଭାଗ ନେବା ପାଇଁ ସୁବର୍ଣ୍ଣପୁର ଅଭିମୁଖେ ଯାତ୍ରା କରିଛନ୍ତି । ଏଥିରେ ଖୁସିରାମ ସେଠ, ଶ୍ରେୟାଂଶ କୁମାର ସିଂଭଞ୍ଜ, ସମିକ୍ଷା ସମୃଦ୍ଧି ଷଢଙ୍ଗି, ତ୍ରିଲୋକେଶ ଶତପଥି, ସୁଶ୍ରୀ ଦେଭାଂଶି, ଧରିତ୍ରୀ କୁମାର, କ୍ରିଷ୍ଣାଅର୍ଜୁନ ବନ୍‌ଛୋର, ମନୋଜ ବନଗୁଲା, ରୋହିତ ସାହୁ, ନବୀନ ମେହେର, ଧନପତି ମେହେର, ବଳରାମ ମେହେର, ଅର୍ଣ୍ଣବ ଅଗ୍ରୱାଲ, ପୁମ୍‌ ସେଇ ଓ କିଓରୁଗୀ ବିଭାଗରେ ଭାଗ ନେଉଥିବା ବେଳେ ନରେନ୍ଦ୍ର ବରାଡ, ପ୍ରମୋଦ ସେଠ ମ୍ୟାନେଜର ଭାବେ ଭାଗ ନେଇଛନ୍ତି । ଏହି ଅବସରରେ ଜିଲ୍ଲା ଟାଇକୋଣ୍ଡୋ ସଭାପତି ଶ୍ରୀକର ମିଶ୍ର ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.