csstore

ଶୁଲିଆ ପୀଠରେ ନରସିଂହ : ଦର୍ଶନ କରି ଲୋକଙ୍କ ମଙ୍ଗଳ କାମନା କଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପବିତ୍ର ଶୁଲିଆ ପୀଠକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପହଞ୍ଚି ଶୁଲିଆ ବୁଢାଙ୍କ ଦର୍ଶନ କରିଥିଲେ । ପ୍ରଚୀନ କାଳରୁ କନ୍ଧ ଆଦିବାସୀମାନଙ୍କର ଏହି ପବିତ୍ର ପୀଠରେ କନ୍ଧ ଆଦିବାସୀମାନେ ନିଜର ମାନସିକ ପୂରଣ ପାଇଁ ଶୁଲିଆ ପୀଠରେ ବିଭିନ୍ନ ପ୍ରକାର ପଶୁ, ପକ୍ଷୀ ବଳି ଦେଇଥାନ୍ତି । ପରମ୍ପରା ଓ ବିଶ୍ୱାସ ଯୋଗୁଁ ଏହି ପୀଠରେ ଆଜି ବଲାଙ୍ଗିର ଓ ସୋନପୁର ଜିଲ୍ଲା ସମେତ ପାଖ ରାଜ୍ୟ ଛତିଶଗଡରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଶୁଲିଆ ପୀଠକୁ ଦର୍ଶନ ପାଇଁ ଆସନ୍ତି । ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ପୂର୍ବ ବର୍ଷମାନଙ୍କ ପରି ଏ ବର୍ଷ ମଧ୍ୟ ଶୁଲିଆ ବାବାଙ୍କ ଦର୍ଶନ କରି ଏ ସମଗ୍ର ଅଞ୍ଚଳର ଲୋକଙ୍କ ପାଇଁ ମଙ୍ଗଳ କାମନା କରିଥିଲେ । ଏଠାରେ ପୂଜା ହେଉଥିବା ଉଭୟ ଖଳା ଯଥା ସାନ ଖଳା ଏବଂ ବଡ ଖଳା ଏବଂ ବଲାଙ୍ଗିର ସଦର ବ୍ଲକ ସ୍ଥିତ ମିର୍ଦ୍ଧାପାଲିରେ ଚାଲିଥିବା ଶୁଲିଆବାବାଙ୍କ ପୀଠଙ୍କୁ ମଧ୍ୟ ଦର୍ଶନ କରିଥିଲେ । ଏ ଦର୍ଶନ ସମୟରେ ତାଙ୍କ ସହିତ ଶୁଲିଆ ଯାତ୍ରା କମିଟିର ପୂଜକ ଓ କର୍ମକର୍ତ୍ତାମାନେ ପୂଜା ତଥା ଯାତ୍ରା ସମ୍ବନ୍ଧୀୟ ବିଭିନ୍ନ ସୁବିଧା ଅସୁବିଧା ବାବଦରେ ଆଲୋଚନା କରିଥିଲେ । ଆଜିର ଏହି ଶୁଲିଆବାବା ଦର୍ଶନ ସମୟରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଆଦିବାସୀ ନେତା ମୟ ପ୍ରଧାନୀ, ମନବୋଧ ହରପାଲ, କୁଲତାପଡା ଗଉଁନ୍ତିଆ, ଗୁଡଖାପଲାରୁ ଶ୍ରୀ ଦାଶବାବୁ, ଗଇରଗୁଡାର ମଙ୍ଗଳୁ ପାଣି, ଅସୀତ ମିଶ୍ର, ରାମାଜୀ ଚୌଧୁରୀ, କାନ୍ତେଶ୍ୱର ପ୍ରଧାନ, ପପୁ ପାତ୍ର, କୁନା ସାହୁଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.