
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ପାଟଣା ଛକରେ ରମାଇ ଟକିଜ୍ ପଟୁ ଆସିଥିବା ଡ୍ରେନ୍ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଟିକିଏ ବର୍ଷା ହେଲେ ଡ୍ରେନ୍ ଜାମ୍ ହୋଇଥିବା ଯୋଗୁଁ ରାସ୍ତା ଉପରେ ଭାସୁଛି ଡ୍ରେନ୍ ପାଣି । ଦୀର୍ଘ ଦିନରୁ ଏ ଅବସ୍ଥା ଜାରି ରହିଥିଲେ ସୁଦ୍ଧା ମ୍ୟୁନିସିପାଲିଟି ନଜର ନଦେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ସହରର ଡ୍ରେନ୍ ଗୁଡ଼ିକ ସଫା କରାଯାଇ ସହରର ପରିମଳ ବ୍ୟବସ୍ଥା ପ୍ରତି ବିଶେଷ ଦୃଷ୍ଟି ଦିଆଯିବ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ମ୍ୟୁନିସିପାଲିଟି ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।
