p purohi

କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌ : ଗତ ୪ ବର୍ଷରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ଦେଇଛି ୭.୭୫ କୋଟି – ଧର୍ମେନ୍ଦ୍ର ପ୍ରଧାନ

dr. purohit

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ
• ଏହି ଆର୍ଥିକ ଅନୁଦାନ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବ
• ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବ
• ଓଡିଶାରେ ଜଙ୍ଗଲ କୃଷିର ଅପାର ସମ୍ଭାବନା ରହିଛି

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ଜାତୀୟ ମିଶନ ଅଧୀନରେ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷ ମଧ୍ୟରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭.୭୫ କୋଟି ଟଙ୍କା ପ୍ରଦାନ ପ୍ରଦାନ କରାଯାଇଛି ବୋଲି ଟ୍ୱିଟ୍‌ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ଏହି ଆର୍ଥିକ ଅନୁଦାନ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜଳବାୟୁ ପରିବର୍ତ୍ତନ ପ୍ରଭାବ, ପ୍ରାକୃତିକ ସମ୍ପଦର ସୁରକ୍ଷା, ଜୀବିକା ନିର୍ବାହ ଏବଂ ଓଡିଶା ସମେତ ଦେଶର ଜଙ୍ଗଲ ବାସିନ୍ଦା, ଜନଜାତି ଏବଂ ଗରିବ ଲୋକଙ୍କ ନିକଟରେ ବିକାଶ ପହଞ୍ଚିବା ପାଇଁ ଜଙ୍ଗଲ କୃଷିର ଅପାର ସମ୍ଭାବନା ରହିଛି ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି କହିଛନ୍ତି ।

nrusinghnath
Leave A Reply

Your email address will not be published.