jsm

ମିଷ୍ଟର ଏଣ୍ଡ ମିସ୍‌ ଏମ୍ପାରିୟଲ କ୍ଲାସିସ୍‌ ୨୦୨୨ ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ୍‌ହଲ ଠାରେ କାଲିଆ ବଡିବିଲ୍‌ଡିଙ୍ଗ୍‌ ଏଣ୍ଡ ଫିଟ୍‌ନେସ୍‌ ଫେଡେରେସନ୍‌ ତରଫରୁ ମିଷ୍ଟର ଏଣ୍ଡ ମିସ୍‌ ଏମ୍ପାରିୟଲ କ୍ଲାସିସ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ସନ୍ତୋଷ ମହାଲିଙ୍ଗ୍‌, ସମ୍ପାଦକ ରଞ୍ଜନ ମହାନ୍ତି, ଯୁଗ୍ମ ସମ୍ପାଦକ ନିଶାନ୍ତ ବହିଦାର, ଉପସଭାପତି ଏମ୍‌ କେ ସ୍ୱାଇଁ, ସମ୍ବଲପୁର ଜିଲ୍ଲା ସଂପାଦକ ଅମିତାଭ ପଣ୍ଡା, ବଲାଙ୍ଗିର ଜିଲ୍ଲା ସଂପାଦକ ବାଳକୃଷ୍ଣ ବାଗ, ବଲାଙ୍ଗିର ଜିଲ୍ଲା ସଭାପତି ବାବନ ମିଶ୍ର, କୋରାପୁଟ ଜିଲ୍ଲା ସଂପାଦକ ଦୀପା ମାଝୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଏଥିରେ ୨୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ପୁରୁଷ ବିଜେତା ଭାବେ କଟକର ରବିନ୍‌ ସାହୁଙ୍କୁ, ରନର୍ସ ଅଫ୍‌ ଭାବେ ସମ୍ବଲପୁରର ଭୋଲା ନାୟକଙ୍କୁ ଏବଂ ମହିଳା ବିଜେତା ଭାବେ କଟକର ଜ୍ଞାନେଞ୍ଜଳି ସାହୁଙ୍କୁ ଘୋଷଣା କରାଯାଇଥିଲା ।

yuvodaya
Leave A Reply

Your email address will not be published.