ଅବସରପ୍ରାପ୍ତ ଶିକ୍ଷାବିଭାଗ ପ୍ରଶାସନିକ ଅଧିକାରୀ ସ୍ନେହଲତା ନାଗଙ୍କ ଦେହାନ୍ତ

ବଲାଙ୍ଗର, (କେପିଏନ୍‌ଏସ୍‌) : ସ୍ଥାନୀୟ କନ୍ଧପାଲିପଡ଼ା ନିବାସୀ ଅବସରପ୍ରାପ୍ତ ଶିକ୍ଷାବିଭାଗ ପ୍ରଶାସନିକ ଅଧିକାରୀ ସ୍ନେହଲତା ନାଗ(୮୪)ଙ୍କ ଆଜି ଭୋର୍‌ ୫ଟା ସମୟରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ମାଧ୍ୟମିକ ଶିକ୍ଷକ ଶିକ୍ଷା ତାଲିମ କେନ୍ଦ୍ରରେ ଅବସର ଗ୍ରହଣ କରିଥିଲେ । ପାଟଣାଗଡ଼, କଣ୍ଟାବାଞ୍ଜି ଓ ଭବାନୀପାଟଣାରେ ଅତିରିକ୍ତ ଶିକ୍ଷା ଅଧିକାରୀ ଭାବେ ସେ କାର୍ଯ୍ୟ ତୁଳାଇଥିଲେ । ଜଣେ ପରୋପକାରୀ, କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ସେ ଶିକ୍ଷା ବିଭାଗରେ ବିଶେଷ ସୁନାମ ଅର୍ଜନ କରିଥିଲେ । ଖ୍ରୀଷ୍ଟିୟାନ ସମାଜରେ ଅନେକ ଆନୁଷ୍ଠାନିକ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ସମ୍ବଲପୁର ମହିଳା ସହଭାଗିତାର ସଭାପତି ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ମୃତ୍ୟୁ ସମୟରେ ତାଙ୍କ ପାଖରେ ଝିଅ ସଙ୍ଗିତା ନାଗ, ଜ୍ୱାଇଁ ବିଶ୍ୱନାଥ ବେହେରା ଓ ନାତିନାତୁଣୀ ଏବଂ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ । ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବହୁ ବିଶିଷ୍ଟ ବ୍ୟକ୍ତିସମୂହ ତାଙ୍କୁ ଶେଷ ଦର୍ଶନ କରିଛନ୍ତି । ସ୍ଥାନୀୟ କବରଖାନାରେ ତାଙ୍କୁ କବର ଦିଆଯିବ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.