ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ. ଓ ଉପରବରହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ଖୁଣ୍ଟପାଲି ଗ୍ରା.ପ., ଶିବତଲା ଗ୍ରା.ପ., ବୈଦିପାଲି ଗ୍ରା.ପ.ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଚୁଡାପାଲି ଗ୍ରା.ପ.ରୁ ୨ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧,୧୧,୧୫,୧୯,୩ ରୁ ୨ଜଣ ଲେଖାଏଁ, ୱାର୍ଡ ନମ୍ବର ୧୦ରୁ ୪ ଜଣ, ୱାର୍ଡ ନମ୍ବର ୧୮,୫,୬ରୁ ୩ ଜଣ ଲେଖାଏଁ, ୱାର୍ଡ ନମ୍ବର ୨ରୁ ୮ ଜଣ, ୱାର୍ଡ ନମ୍ବର ୨୦ ରୁ ୫ ଜଣ, ୱାର୍ଡ ନମ୍ବର ୨୧ରୁ ୬ ଜଣ, ୱାର୍ଡ ନମ୍ବର ୪, ୭, ୯ରୁ ଜଣେ ଲେଖାଏଁ, ବଙ୍ଗୋମୁଣ୍ଡା ବ୍ଲକ ବଙ୍ଗୋମୁଣ୍ଡା ଗ୍ରା.ପ. ଓ ଗନ୍ଧରେଲରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ସିନ୍ଧେକେଲାରୁ ୨ଜଣ, ବେଲପଡା ବ୍ଲକ ବେଲପଡା ଗ୍ରା.ପରୁ ଜଣେ, ଦେଓଗାଁ ବ୍ଲକ ଅର୍ଜୁନପୁର ଗ୍ରା.ପ.ରୁ ଜଣେ ଗୁଡଭେଲା ବ୍ଲକ ବୀରାମୁଣ୍ଡା ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ କରୁଆଁଝର ଗ୍ରା.ପ., ଓଡ଼ିଆପାଲିରୁ ଜଣେ ଲେଖାଏଁ ଓ ଲାଠୋର ଗ୍ରା.ପ.ରୁ ୨ଜଣ, ଲୋଇସିଂହା ବ୍ଲକ କୁଟେନପାଲି ଗ୍ରା.ପ, ବୁର୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ ଓ ଲୋଇସିଂହା ଗ୍ରା.ପ.ରୁ ୩ ଜଣ, ଯୋଗୀସର୍ଡା ଗ୍ରା.ପ.ରୁ ୨ ଜଣ, ମୁରିବାହାଲ ବ୍ଲକ ହଳଦୀ ଗ୍ରା.ପ.ରୁ ଜଣେ ଓ ଇଚ୍ଛାପଡା ଗ୍ରା.ପରୁ ୨ ଜଣ, ପାଟଣାଗଡ ବ୍ଲକ ମୁଣ୍ଡୋମହୁଲ ଗ୍ରା.ପ. ଓ ଡାଙ୍ଗବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ ଏନ୍‌ଏସି ୱାର୍ଡ ନମ୍ବର ୮ରୁ ଜଣେ, ପୁଇଁନ୍ତଲା ବ୍ଲକ ଦୁର୍ଗାପାଲି ଗ୍ରା.ପ., ଅଟାଗାଁ ଗ୍ରା.ପ., ଗଇଁନ୍ତଲା ଗ୍ରା.ପ.ରୁ ଜଣେ ଲେଖାଏଁ, ସଇଁନ୍ତଲା ବ୍ଲକ ବଡମାଳ ଗ୍ରା.ପ.ରୁ ଜଣେ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୧ ଓ ୪ରୁ ଜଣେ ଲେଖାଏଁ, ୱାର୍ଡ ନମ୍ବର ୧୫ ଓ ୩ରୁ ୨ଜଣ ଲେଖାଏଁ, ୱାର୍ଡ ନମ୍ବର ୨ରୁ ୪ ଜଣ, ୱାର୍ଡ ନମ୍ବର ୫ରୁ ୩ ଜଣ, ତୁଷୁରା ଏନ୍‌ଏସି ୱାର୍ଡ ନମ୍ବର ୩ରୁ ୨ଜଣ, ୱାର୍ଡ ନମ୍ବର ୭ ଓ ୪ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

19 + 7 =