sss
lll

୫ଟି ରାଜ୍ୟର ବିଧାନସଭା ନିର୍ବାଚନ : ଅନିୟନ୍ତ୍ରିତ କରୋନା ସଂକ୍ରମଣକୁ ରୋକିବା ଏକ ବଡ଼ ଚାଲେଂଜ ହେବ

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଏଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ କରୋନା ମହାମାରୀ ମଧ୍ୟରେ ଏହି ରାଜ୍ୟଗୁଡିକରେ ନିର୍ବାଚନ କରାଇବା ନିର୍ବାଚନ ଆୟୋଗ ପାଇଁ ଏକ ବଡ଼ ଚ୍ୟାଲେଂଜ ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ଶନିବାର ଦିନ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଥିବା ସତ୍ତେ କରୋନା ସଂକ୍ରମଣକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି ବୋଲି ଆୟୋଗ କହିଛନ୍ତି । କିନ୍ତୁ, କରୋନା ଦ୍ୱିତୀୟ ତରଙ୍ଗ ସମୟରେ ୫ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବା ପରେ ପରିସ୍ଥିତି ଆହୁରି ଜଟିଳ ହୋଇ ପଡ଼ିଥିଲା । କରୋନା ସଂକ୍ରମଣ ସଂପୂର୍ଣ୍ଣ ଅନିୟନ୍ତ୍ରିତ ହୋଇଯାଇଥିଲା । ଏଥିପାଇଁ ବର୍ତ୍ତମାନ ନିର୍ବାଚନ ଘୋଷଣା ଚିନ୍ତାର ବିଷୟ ପାଲଟିଛି ।

Leave A Reply

Your email address will not be published.