jayashree

କାଳ ହେଲା ଅଜଣା ମୋବାଇଲ ଆପ୍‌ ଡାଉନ୍‌ଲୋଡ଼୍ : ୪ ଲକ୍ଷ ୪୨ ହଜାର ଲୁଟି ନେଲେ ଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କାଳ ହେଲା ଅଜଣା ମୋବାଇଲ ଆପ୍‌ ଡାଉନ୍‌ଲୋଡ଼୍ । ପ୍ଲେ’ ଷ୍ଟୋର୍‌ରୁ ଫ୍ୟାମିଲି ଲୋନ୍‌ ଆପ୍‌ ଡାଉନ୍‌ଲୋଡ଼୍‌ କରି ଜଣେ ଯୁକ୍ତ ଦୁଇ ଛାତ୍ର ଋଣ ଆଶାରେ ସାଇବର ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ନିଜ ଆକାଉଣ୍ଟ ସମେତ ବାପା ଓ ମାଆଙ୍କ ବ୍ୟାଙ୍କ୍‌ ଜମାଖାତାରୁ ୪ ଲକ୍ଷ ୪୨ ହଜାର ଟଙ୍କା ହରାଇଛନ୍ତି । ମାମଲା ଏବେ ଘୁ.ଉଦୟଗିରି ଥାନାରେ ପହଞ୍ଚିଥିବା ବେଳେ ଅସାବଧାନତା ଯୋଗୁଁ ଏଭଳି ଠକେଇ ଶିକାର ହୋଇଥିବା ଛାତ୍ର ସମେତ ପରିବାର ଲୋକେ କେବଳ ଭାଗ୍ୟକୁ ନିନ୍ଦି ରହିଛନ୍ତି । ସୂଚନା ଅନୁସାରେ ଘୁ.ଉଦୟଗିରି ସହରରେ ଜନୈକ ଯୁକ୍ତ ଦୁଇ ଛାତ୍ର ନିଜର ଆବଶ୍ୟକତା ପୂରଣ କରିବା ପାଇଁ ପ୍ଲେ ଷ୍ଟୋର୍‌ରୁ ଫ୍ୟାମିଲ ଲୋନ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିଥିଲେ । ଏହା ୧୦ ହଜାରରୁ ଅଧିକ ଲୋକ ଡାଉନଲୋଡ୍ କରିଥିବାରୁ ଏହା ଠକସଂସ୍ଥା ହୋଇ ନଥିବ ଭାବି ୬୦ ହଜାର ଟଙ୍କାର ଋଣ ଆବେଦନ କରିଥିଲେ । ଆବେଦନ ପରେ ତୁରନ୍ତ ଋଣ ମଞ୍ଜୁର ହୋଇଥିବା ମେସେଜ୍‌ ଆସିଥିଲା । ଏଥିରେ ଲୋଭ ସମ୍ବରଣ କରି ନପାରି ଛାତ୍ର ଜଣକ ତିନିଦିନ ମଧ୍ୟରେ ନିଜର ଆକାଉଣ୍ଟ୍‌ ସହିତ ବାପା, ମାଆଙ୍କ ଆକାଉଣ୍ଟ୍‌ ନମ୍ବର ସବିଶେଷ ବିବରଣୀ ଦେଇ ଦେବା ସହିତ ଓଟିପି କୋଡ଼ ଦେବା ପରେ ତିନି ଜଣଙ୍କ ଆକାଉଣ୍ଟ୍‌ରୁ ପର୍ୟ୍ୟାୟ କ୍ରମେ ୪ ଲକ୍ଷ ୪୨ ହଜାର ଟଙ୍କା ଫ୍ୟାମିଲ ଲୋନ୍‌ ଆପ୍‌ ଠକ ସଂସ୍ଥା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.