oom

ନିଆରା ସମ୍ମାନ : କୋଶଲ ସଂଗ୍ରାମୀଙ୍କ ଶୁଦ୍ଧିକ୍ରିୟାରେ ରକ୍ତଦାନ ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ କୋଶଲ ସଂଗ୍ରାମୀଙ୍କୁ ତାଙ୍କ ଶୁଦ୍ଧିକ୍ରିୟାରେ ନିଆରା ସମ୍ମାନ ପ୍ରଦାନ କରାଯାଇଛି । କୋଶଲ ସଂଗ୍ରାମୀ ସନୋଜ କୁମାର ସାହୁଙ୍କ ଆଜି ଲୋଇସିଂହା ବ୍ଲକର ଘୁଂଗି ଗାଁରେ ଶୁଦ୍ଧିକ୍ରିୟା ଚାଲିଥିବା ବେଳେ କୋଶଲ ସେନା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସମୁଦାୟ ୨୭ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି । ଏହି ଅବସରରେ ବରଗଡ଼, ସୋନପୁର ତଥା ବଲାଙ୍ଗିର ଜିଲ୍ଲା କୋଶଲ ସଂଗ୍ରାମୀ ବନ୍ଧୁମାନେ ଆସି ଯୋଗଦାନ କରିଥିଲେ । କୌସ୍ତୁବ ସାହୁ, ଅକ୍ଷୟ କୁମାର ସାହୁ, ଆଶିଷ ବିଶ୍ୱାଲ, ଜୟକୃଷ୍ଣ ପ୍ରଧାନ, ଅରବିନ୍ଦ ସାହୁ, ମଦନ ବେହେରା, ଡୋଳାମଣି ସାହୁ, ପ୍ରୀତମ ବିଶ୍ୱାଲ, ସୁବଲ ବିଶ୍ୱାଲ, ସଭାପତି ବିଶ୍ୱାଲ, ବିକାଶ ବାରିକ, ଅର୍ଜୁନ ସାହୁ, ବବଲୁ ସାହୁ, ଗଜପତି ସାହୁ ପ୍ରମୁଖ ଶିବିର ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.