ବିସ୍ଫୋରଣ ମୁହାଁ କରୋନା ସଂକ୍ରମଣ : ରାଜ୍ୟରେ ଆଜି ୩୬୭୯ ଚିହ୍ନଟ, ଶୀର୍ଷରେ ଖୋର୍ଦ୍ଧା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୬୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୮୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୬୬୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୩୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୫, ବାଲେଶ୍ୱରରୁ ୧୪, ବରଗଡରୁ ୪୮, ଭଦ୍ରକ ୧୮, ବଲାଙ୍ଗିରରୁ ୩୫, ବୌଦ୍ଧରୁ ୨, କଟକରୁ ୩୧୦, ଦେବଗଡରୁ ୨୦, ଢେଙ୍କାନାଳରୁ ୫, ଗଜପତିରୁ ୧୫, ଗଞ୍ଜାମରୁ ୪୨, ଜଗତସିଂହପୁର ୧୭, ଯାଜପୁରରୁ ୭୮, ଝାରସୁଗୁଡାରୁ ୧୩୪, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୬, କେନ୍ଦ୍ରାପଡାରୁ ୧୦, କେଉଁଝରରୁ ୪୪, ଖୋର୍ଦ୍ଧାରୁ ୧୨୨୩, କୋରାପୁଟରୁ ୩୬, ମୟୁରଭଞ୍ଜରୁ ୮୦, ନବରଙ୍ଗପୁରରୁ ୪୪, ନୟାଗଡରୁ ୧୦, ନୂଆପଡାରୁ ୨୩, ପୁରୀରୁ ୧୦୦, ରାୟଗଡାରୁ ୨୧, ସମ୍ବଲପୁରରୁ ୩୭୨, ସୁବର୍ଣ୍ଣପୁରରୁ ୩୩, ସୁନ୍ଦରଗଡରୁ ୫୮୨ ଓ ଷ୍ଟେଟ ପୁଲ୍‌ରୁ ୨୮୯ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.