pr

ସ୍ୱଚ୍ଛତା ପାଇଁ ସମସ୍ତେ ଉତ୍ସର୍ଗୀକୃତ ହେବା ଉଚିତ

dr. purohit

ନୂଆଦିଲ୍ଲୀ, (ପିଆଇବି) : ଦେଶର ସର୍ବୋତ୍ତମ ବିକାଶ ପାଇଁ କେବଳ ପରିବେଶର ସ୍ୱଚ୍ଛତା ନୁହେଁ ମାନସିକ ସ୍ତରରେ ମଧ୍ୟ ସ୍ୱଚ୍ଛତା ଆପଣାଇବା ଆବଶ୍ୟକ । ସ୍ୱଚ୍ଛତା ପ୍ରତ୍ୟକ ମନୁଷ୍ୟର ପ୍ରମୁଖ ଦାୟିତ୍ୱ ହେବ। ସଂଗେ ସଂଗେ ନିଜ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆଣିବା ନିତାନ୍ତ ଆବଶ୍ୟକ । ଭୁବନେଶ୍ୱର ସ୍ଥିତ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ଏବଂ ସ୍କୁଲ ଅଫ୍‌ ଟେକ୍ନୋଲୋଜି ଏଣ୍ଡ୍‌ ମ୍ୟାନେଜମେଣ୍ଟ ସେଞ୍ଚୁରୀୟନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏଭଳି ମତପୋଷଣ କରିଛନ୍ତି ବିଶିଷ୍ଟ ବ୍ୟକ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ସୁପ୍ରିୟା ପଟ୍ଟନାୟକ ପ୍ରତ୍ୟକ ମନୁଷ୍ୟ ଦେଶର ସ୍ୱଚ୍ଛତା ପାଇଁ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଆହ୍ୱାନ ଦେଇଥିବା ବେଳେ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହା ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସ୍ୱଚ୍ଛତା ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଉଭୟ ପୁରୁଷ ଏବଂ ସ୍ତ୍ରୀ ସ୍ଵଚ୍ଛତାକୁ ଗୁରୁଦାୟିତ୍ଵ ଭାବି ଉଭୟ ସମାନ ଭାବେ ଦାୟିତ୍ଵ ବହନ କରିବା ଉଚିତ । ସେଞ୍ଚୁରୀୟନ ବିଶ୍ୱବିଦ୍ୟାଳୟର ଡିନ୍‌ ଡ.ଉମାକାନ୍ତ ନାୟକ ସ୍ୱଚ୍ଛତାର ଉପାଦେୟତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ କାର୍ଯ୍ୟଳୟ ତରଫରୁ ବକୃତା ଏବଂ କୁଇଜ୍‌ ପ୍ରତିଯୋଗୀତାରେ ସଫଳ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଏମ.ବି.ଏ. ଛାତ୍ରୀ ସୁନନ୍ଦା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ ସହକାରୀ ପ୍ରାଧ୍ୟାପକ ଡାଃ. ମଧୁମିତା ଦାସ ସ୍ୱଚ୍ଛତା ପାଇଁ ସମସ୍ତଙ୍କୁ ଅନୁପ୍ରାଣିତ କରିବା ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.