ବିନା ସୂଚନା ଫଳକରେ ନିମ୍ନ ମାନର ଡ୍ରେନ ନିର୍ମାଣ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିନା ସୂଚନା ଫଳକରେ ନିମ୍ନ ମାନର ଡ୍ରେନ ନିର୍ମାଣ ଅଭିଯୋଗ ହୋଇଛି । ଏଭଳି ଏକ ଅଭିଯୋଗ ଆସିଛି ବ୍ଳକର ବୁଡ଼ାବାହାଲ ପଞ୍ଚାୟତରୁ । ପଞ୍ଚାୟତର କିଛି ଦୂରରେ ହାଇସ୍କୁଲ ରହିଥିବା ବେଳେ ସେହି ସ୍ଥାନରୁ ଏକ ଡ୍ରେନ ନିର୍ମାଣ କରାଯାଉଛି । ଏଥିରେ ଅତି ନିମ୍ନ ମାନର କାମ କରାଯାଇ ଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ବିନା ସୂଚନା ଫଳକରେ ଏହି କାର୍ଯ୍ୟଟି ଆରମ୍ଭ କରାଯାଇ ଥିବାବେଳେ ଏହି ଡ୍ରେନ ନିର୍ମାଣ କାମକୁ ନେଇ ଚର୍‌ଚା ଜୋର୍‌ ଧରିଛି । ବିନା ସୂଚନା ଫଳକରେ ନିମ୍ନ ମାନର କାମ କରି ସରକାରୀ ଅର୍ଥ ଚଳୁ କରିବାକୁ ଚକ୍ରାନ୍ତ କରାଯାଇଥିବା ମଧ୍ୟ ସାଧାରଣରେ ଆଲୋଚନା ହେଉଛି । ଏନେଇ ସଇଁନ୍ତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କୁ ପଚାରିବାରୁ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.