ବରଗଡ଼ ପୋଲିସର ମାକ୍ସ ଚେକିଙ୍ଗ୍‌

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି ଓ କୋଭିଡ୍‌ ପାଳନ ପାଇଁ ଜିଲ୍ଳା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ବିଭିନ୍ନ ଥାନା ଅଞ୍ଚଳରେ ମାକ୍ସ ଚେକିଙ୍ଗ୍‌ ଆରମ୍ଭ ହୋଇଛି । ଏହି କ୍ରମରେ ବରଗଡ଼ ଟାଉନ ଥାନା ଓ ସଦର ଥାନାର ଟ୍ରାଫିକ ପୋଲିସ ପକ୍ଷରୁ ସହର ତଥା ଆଖପାଖ ଅଞ୍ଚଳରେ ମାକ୍ସ, ହେଲମେଟ ପରିଧାନ କରିନଥିବା ଦୁଇ ଚକିଆ ଆରୋହୀଙ୍କ ଧର୍‌ପକଡ଼୍‌ ଆରମ୍ଭ ହୋଇଛି । ବରଗଡ଼ ଟାଉନ ଥାନା ଛକ, ଭଟଲି ଛକରେ ପୋଲିସ ଲୋକଙ୍କୁ ସଚେତନ କରିବା ସହ ଫାଇନ୍‌ ଆଦାୟ କରାଯାଉଛି । ଗତ କିଛିଦିନ ହେବ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ଉପରମୁହାଁ ହେବା ପରେ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.