ହୁସିଆର : ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ, ବଲାଙ୍ଗିର ଜିଲ୍ଲାରୁ ଗୋଟିଏ ମୁଣ୍ଡ ନେଲାଣି ଓମିକ୍ରନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍‌ ବଲାଙ୍ଗିର ଜିଲ୍ଲାରୁ ଜଣକର ଜୀବନ ନେଇଛି ଆଜି । ଆଗଲପୁର ବ୍ଲକ୍‌ ଅଂଚଳରେ ଓମିକ୍ରନ୍‌ ସଂକ୍ରମଣରେ ଜଣକର ମୃତ୍ୟୁ ଘଟିଥିବା ବେଳେ ସାରା ଜିଲ୍ଲାରେ ଆତଙ୍କ ସୃଷ୍ଟି ହୋଇଛି । ଏଭଳି ସମୟରେ ସରକାରୀ କୋଭିଡ୍‌ ଗାଇଡ଼୍‌ ଲାଇନ୍‌ ଅନୁପାଳନ ଅତ୍ୟନ୍ତ ଆବଶ୍ୟକ । ମାସ୍କ ପିନ୍ଧିବା, ସାନିଟାଇଜର୍‌ ବ୍ୟବହାର କରିବା ସହ ହାତକୁ ସବୁବେଳେ ସଫା ରଖିବା ଓ ଜନଗହଳି ସ୍ଥାନରୁ ନିଜକୁ ଦୂରେଇ ରଖିବା ନିହାତି ଦରକାର । ହୁସିଆର ହୁଅନ୍ତୁ । ନିଜକୁ ତଥା ମାନବ ସମାଜକୁ ସଂକ୍ରମଣରୁ ରକ୍ଷା କରନ୍ତୁ ।

Leave A Reply

Your email address will not be published.