oom

ଦ୍ୱିତୀୟ ଗିନିଜ ବିଶ୍ୱ କୀର୍ତ୍ତିମାନ ଲକ୍ଷ୍ୟରେ ସଚିନ ବେହେରା

jsmm

ନୂଆପଡ଼ା, (ନିରାକାର ମେହେର) : ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ଗୋଟିଏ ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକରେ ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ଼୍‌ ରେକର୍ଡସ୍‌ରେ ନିଜ ନାମକୁ ଲିପିବଦ୍ଧ କରାଇ ସାରିଥିବା ନୂଆପଡାର ଏହି ଦୁଃସାହିକ କ୍ରୀଡ଼ାବିତ ଏବେ ପାଞ୍ଚକେଜି ଏଙ୍କେଲ ୱେଟ ବାନ୍ଧି ଗୋଟିଏ ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ କରିବେ । ଏହି କ୍ରମରେ ସେ ପାକିସ୍ତାନର ବିଶ୍ୱ ପ୍ରସିଦ୍ଧ ମୁଷ୍ଟି ଯୋଦ୍ଧା ମହମ୍ମଦ ରସିଦଙ୍କ ଗିନିଜ ବିଶ୍ୱ ରେକର୍ଡ ଭାଙ୍ଗି ଦେଶପାଇଁ ଗର୍ବ ଓ ଗୌରବ ଆଣିବା ଆଶାରେ ରହିଛନ୍ତି । ସୂଚନାଯୋଗ୍ୟ ଯେ ସଚିନ ବେହେରା ପୂର୍ବରୁରେ ଗିନିଜ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସଚିନ ହେଉଛନ୍ତି ନୂଆପଡା ଜିଲ୍ଲା, ବୋଡ଼େନ ବ୍ଲକର ଲରକା ଗ୍ରାମର ଲଷ୍ମୀପ୍ରସାଦ ବେହେରା ଓ ଆରତୀ ବେହେରାଙ୍କ ସୁପୁତ୍ର । ନିଜର ଦ୍ୱିତୀୟ ଗିନିଜ ବିଶ୍ୱ କୀର୍ତ୍ତିମାନ ଲାଗି ଗତ ୧ ୫ ତାରିଖରେ ଅନୁମତି ପାଇଥିଲେ ସଚିନ । ଏହି ପ୍ରତିକ୍ଷିତ କାର୍ଯ୍ୟକ୍ରମ ଏକ୍ସପୋର୍ଟ ଉଇଟିନେସ ଭାବରେ ସୁଧୀର ଚନ୍ଦ୍ର, ଛତ୍ରିଆ, ସୌମ୍ୟରଞ୍ଜନ ଦାଶ, କିକ ପ୍ୟାଡ଼ କିପର ଭାବରେ ଅମନ ପାଣ୍ଡେ, ଟାଇମ କିପର ଭାବରେ କ୍ରୀଡ଼ାବିତ ସସ୍ମିତା ରାଉତରାୟ, ଗଜେନ୍ଦ୍ର ବାରିକ ଦାୟିତ୍ୱ ତୁଳାଇବେ । ସଚିନ ସାମରିକ କଳାରେ ରୁଚି ରଖିଥିବା ସହିତ ଭୁବନେଶ୍ୱରଠାରେ ଥିବା ହାଇଟେକ କଲେଜ ଅଫ୍‌ ଫିଜିଓଥେରାପିରେ ଇଣ୍ଟନସିପ କରୁଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ବୋଡେନ୍‌ ତଥା ନୂଆପଡା ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି ।

jittmm
Leave A Reply

Your email address will not be published.