ଦେଶରେ କ୍ଷୀପ୍ର ବେଗରେ କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୯୦,୯୨୮ ନୂଆ ମାମଲା, ୩୨୫ ଲୋକଙ୍କ ପ୍ରାଣ ନେଲା

ନୂଆଦିଲ୍ଲୀ : ଦେଶରେ କ୍ଷୀପ୍ର ବେଗରେ କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ଭାରତ ୯୦,୯୨୮ ନୂତନ କରୋନା ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଂଟା । ମଧ୍ୟରେ ୧୯,୨୦୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ୩୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସକ୍ରିୟ ମାମଲା ସଂଖ୍ୟା ୨,୮୫,୪୦୧ ବୋଲି ରିପୋଟରେ ଉଲ୍ଲେଖ କରାଯାଇଛି ।

ଅନ୍ୟପଟେ ଦେଶରେ ଓମିକ୍ରନ୍‌ ମାମଲାର ମୋଟ ସଂଖ୍ୟା ୨,୬୩୦କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର ଏବଂ ଦିଲ୍ଲୀର ସର୍ବାଧିକ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୭୯୭ ଏବଂ ୪୬୫ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଓମିକ୍ରନର ୨,୬୩୦ ରୋଗୀଙ୍କ ମଧ୍ୟରୁ ୯୯୫ ଜଣ ସୁସ୍ଥ ହୋଇଛନ୍ତି ।

ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ୯ ଟି ଡାକ୍ତରଖାନାକୁ ଶଯ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ୩ ହଜାର ୩୧୬ ରୁ ଶଯ୍ୟା ସଂଖ୍ୟା ୪ ହଜାର ୩୫୦ ହେବ । ଏଥିସହିତ ଛତିଶଗଡରେ ୧୬୧୫ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୪ ହଜାର ୫୬୨କୁ ବୃଦ୍ଧି ପାଇଛି ଏବଂ ସକାରାତ୍ମକତା ହାର ୪.୩୨ ପ୍ରତିଶତରେ ପହଂଚିଛି ।

Leave A Reply

Your email address will not be published.