ଲିଙ୍କ ଟ୍ରେନ୍‌ ପାଇଁ ପୁଣି ଆରମ୍ଭ ହେଲା ବସ୍ ସେବା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଯାତ୍ରୀ ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ଭୁବନେଶ୍ୱର ଯାତ୍ରା ପାଇଁ ପ୍ରତିଦିନ ଭୋରରୁ ସିଟି ବସ୍ ସେବା ପୁଣି ଆରମ୍ଭ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଗରୁ ଏହି ସେବା ଉପଲବ୍ଧ ଥିଲା କିନ୍ତୁ କୋଭିଡ୍‌ କଟକଣା ଯୋଗୁଁ ଏହି ସେବା ବନ୍ଦ୍ ହୋଇଯାଇଥିଲା । ତେବେ କୋଭିଡ୍‌ କଟକଣା ଉଠିବା ପରେ ଏହି ବସ୍ ସେବା ଆରମ୍ଭ ହୋଇପାରିନଥିଲା । ଯୁବ ଆଇନଜୀବୀ ତଥା ଡିଆରୟୁସିସି ସମ୍ବଲପୁର ରେଳ ମଣ୍ଡଳର ସଭ୍ୟ ଲିପସିତ୍ ମିଶ୍ର ବରଗଡ଼ରୁ ସମ୍ବଲପୁର ସିଟି ରେଳଷ୍ଟେସନକୁ ସିଟି ବସ୍ ଚଲାଇବା ପାଇଁ ବରଗଡ଼ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ । ବରଗଡ଼ ଜିଲ୍ଲାପାଳ ଏବଂ ବରଗଡ଼ ଆରଟିଓଙ୍କ ହସ୍ତକ୍ଷେପ ପରେ ଆଜିଠାରୁ ଉକ୍ତ ସିଟି ବସ୍ ବରଗଡ଼ ବସ୍‌ଷ୍ଟାଣ୍ଡରୁ ଭୋରରୁ ସମ୍ବଲପୁର ସିଟି ରେଳଷ୍ଟେସନ ଏବଂ ପୁଣି ସଂଧ୍ୟାରେ ସମ୍ବଲପୁର ସିଟି ରେଳଷ୍ଟେସନରୁ ବରଗଡ଼କୁ ଉକ୍ତ ସେବା ଆରମ୍ଭ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.