ଗତ ୨୪ ଘଂଟାରେ ୧୮୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୮୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୫୮ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୭୩୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୭୯୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩, ବାଲେଶ୍ୱରରୁ ୧୦୦, ବରଗଡରୁ ୧୬, ଭଦ୍ରକ ୭, ବଲାଙ୍ଗିରରୁ ୬, ବୌଦ୍ଧରୁ ୩, କଟକରୁ ୧୪୮, ଦେବଗଡରୁ ୧୬, ଢେଙ୍କାନାଳରୁ ୪, ଗଜପତିରୁ ୨, ଗଞ୍ଜାମରୁ ୩୪, ଜଗତସିଂହପୁର ୧୯, ଯାଜପୁରରୁ ୩୦, ଝାରସୁଗୁଡାରୁ ୬୬, କଳାହାଣ୍ଡିରୁ ୧୪, କନ୍ଧମାଳ ୧, କେନ୍ଦ୍ରାପଡାରୁ ୨, କେଉଁଝରରୁ ୩୧, ଖୋର୍ଦ୍ଧାରୁ ୬୬୯, କୋରାପୁଟରୁ ୧୫, ମାଳକାନଗିରିରୁ ୧, ମୟୁରଭଞ୍ଜରୁ ୪୦, ନବରଙ୍ଗପୁରରୁ ୨୫, ନୟାଗଡରୁ ୧୪, ନୂଆପଡାରୁ ୧୨, ପୁରୀରୁ ୫୪, ରାୟଗଡାରୁ ୭, ସମ୍ବଲପୁରରୁ ୧୨୫, ସୁବର୍ଣ୍ଣପୁରରୁ ୧୩, ସୁନ୍ଦରଗଡରୁ ୨୬୨ ଓ ଷ୍ଟେଟ ପୁଲ୍‌ରୁ ୧୫୮ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.