jayashree

ବିଜୁଳି ଗଲେ ଜିଓ, ବିଏସଏନଏଲ ନେଟୱର୍କ ଫେଲ : ଅନଲାଇନ୍ ପାଠପଢ଼ା ସହ ବିଭିନ୍ନ କାମରେ ବାଧାପ୍ରାପ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ଟେଲିକମ ସେବା ଯୋଗାଇ ଦେବା ପାଇଁ ଦେଓଗାଁ ରହିଛି ବିଭିନ୍ନ କମ୍ପାନୀର ଟାୱାର । ହେଲେ ଏହି ଟାୱାରଗୁଡିକ ଲାଇନ ଗଲେ ଅଚଳ ହୋଇ ପଡୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଶେଷ କରି ଜାତୀୟ ରାଜପଥ ଉପରେ ଥିବା ବିଏସଏନଏଲ ଓ ଜିଓ ନେଟୱାର୍କ ବ୍ୟବହାର କରୁଥିବା ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛାତ୍ରଛାତ୍ରୀମାନେ ଅନଲାଇନ୍ ପାଠ ପଡୁଥିବାରୁ ସେଥିରେ ମଧ୍ୟ ବାଧାପ୍ରପ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଏଆରଟେଲ ଠିକ ଭାବରେ ନେଟୱାର୍କ ଯୋଗାଉଥିବା ବେଳେ ଜିଓ ସାମାନ୍ୟ ଟିକିଏ ବିଦ୍ୟୁତ କାଟ୍‌ ହେଲେ ଟାୱାର ଫେଲ ହେଇଯାଉଛି । ଏହି ଦୁଇ ନେଟୱାର୍କ ଫେଲ ହେବା ଦ୍ୱାରା ଦେଓଗାଁ ଅଞ୍ଚଳରେ ଥିବା ଅନଲାଇନ ସେବା ବାଧାପ୍ରାପ୍ତ ହେଉଛି । ମୋବାଇଲଗୁଡିକ ମଧ୍ୟ ଘଣ୍ଟା ଘଣ୍ଟା ଧରି ନେଟୱାର୍କ ଫେଲ ରହୁଛି । ଦେଓଗାଁ ସମେତେ କୁତୁର୍ଲା, ଜରାସିଂହା, ଉପରଝର, ସାଲେପାଲି, ସିକୁଆଁ, ଗାଇବାହଲ ପଞ୍ଚାୟତର ବିଭିନ୍ନ ଗାଁଗୁଡିକରେ ଲାଇନ ଥିଲେ ବି ନେଟୱାର୍କ ଆସୁ ନଥିବା ଅଭିଯୋଗ ହେଉଛି । ଏଣୁ ଦେଓଗାଁରେ ଥିବା ଜିଓ ଏବଂ ବିଏସଏନଏଲ ନେଟୱାର୍କକୁ ଠିକ୍‌ ଭାବେ ପରିଚାଳନା କରିବାକୁ ଗ୍ରାହାକ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.