ମୁଣ୍ଡ ନେବାରେ ଥକୁନି କରୋନା : ଚାଲିଗଲେ ଶିକ୍ଷୟତ୍ରୀ ନଳିନୀପ୍ରଭା ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଣ୍ଡ ନେବାରେ ଥକୁନି କରୋନା । ଲୋକେ ଆହୁରି ଆତଙ୍କିତ ହୋଇ ଉଠୁଛନ୍ତି । ସ୍ଥାନୀୟ ମନୋହରପୁର ପୋଲିସ ୟୁପି. ସ୍କୁଲର ଶିକ୍ଷୟତ୍ରୀ ନଳିନୀପ୍ରଭାବ ନାଏକ(୫୪)ଙ୍କ ଆଜି ଦେହାନ୍ତ ହୋଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ସ୍ଥାନୀୟ ତୁଳସୀନଗର ନିବାସୀ ସଂପୃକ୍ତ ଶିକ୍ଷୟତ୍ରୀ ଜଣକ ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତ ହେବା ପରେ ସ୍ଥାନୀୟ କିମ୍‌ସ୍‌ କୋଭିଡ୍‌ ସେଣ୍ଟରରେ ଚିକିତ୍ସାଧୀନ ଥିଲେ । ଆଜି ସଂଧ୍ୟା ୫ଟା ବେଳେ ତାଙ୍କ ପରଲୋକ ହୋଇଯାଇଛି । ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ସୁରେନ୍ଦ୍ର କୁମାର ନେଗୀଙ୍କ ପତ୍ନୀ ଶ୍ରୀମତୀ ନାଏକଙ୍କ ପୁଅ ଭିକି ଇଂଜିନିୟର ଥିବା ବେଳେ ଝିଅ ସୁଲଗ୍ନା ବଲାଙ୍ଗିର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଛନ୍ତି । ସ୍ୱାମୀ ଶ୍ରୀ ନେଗୀ ଏବଂ ପୁଅ ଓ ଝିଅ ତାଙ୍କ ମୃତ୍ୟୁ ବେଳକୁ କୋଭିଡ୍‌ ସେଣ୍ଟରରେ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଜଣେ ଛାତ୍ରବତ୍ସଳା, ସ୍ନେହୀ ତଥା ପରୋପକାରିଣୀ ଶିକ୍ଷୟିତ୍ରୀଙ୍କୁ ଏ ମାଟି ହରାଇଲା ବୋଲି ଶିକ୍ଷକ ଜଗତରେ କୁହାଯାଉଛି ।

Leave A Reply

Your email address will not be published.