ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରିନବଚନ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମିଶି ପଞ୍ଚାୟତ ଅଫିସକୁ ଘେରାଉ କରି ତାଲା ପକାଇଛନ୍ତି । ଗ୍ରାମବାସୀ ମାନଙ୍କ ଅଭିଯୋଗ ଅନୁସାରେ ରିନବଚନ ଗ୍ରାମକୁ ଗୋଟିଏ କଲ୍ୟାଣ ମଣ୍ଡପ ଆସିଛି ବିଧାୟକ ପାଣ୍ଠିରୁ ୨୦ଲକ୍ଷ ଓ ଏସଏଫସି ପାଣ୍ଠିରୁ ୧୦ଲକ୍ଷ ଟଙ୍କା । ହେଲେ ୧୦ଲକ୍ଷ ଟଙ୍କାକୁ ସରପଞ୍ଚ ଅନ୍ୟ ଗ୍ରାମରେ କାର୍ୟ୍ୟ କରିବା ପାଇଁ ଓଲଟ ପାଲଟ କରିଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଯେତେବେଳେ ଗ୍ରାମବାସୀ ଚିଠି ପାଇ ଜାଣିଲେ, ସଂଗେ ସଂଗେ ବ୍ଲକକୁ ଯାଇ ବିଡ଼ିଓଙ୍କୁ ପଚାରିଲେ । ବିଡ଼ିଓ କହିଲେ ତୁମ ଗ୍ରାମରେ ସରକାରୀ ଜାଗା ନାହିଁ, ତେଣୁକରି ସରପଞ୍ଚ ୧୦ ଲକ୍ଷ ଟଙ୍କାକୁ ମାଟି କାମ ପାଇଁ ବଦଳାଇଛନ୍ତି । ତାପରେ ଗ୍ରାମବାସୀ ସରପଞ୍ଚଙ୍କୁ ପଚାରିବାରୁ ସେ ଉତ୍ତର ଦେଲେ ମୋର ପଇସା, ମୁଁ ଯଉଠି ବି ଖର୍ଚ୍ଚ କରିବି । ଗ୍ରାମସଭାରେ ଯାହା ରିଜୋଲେସନ୍ ହୋଇଛି, ସରପଞ୍ଚ ତାହା କରିବ ବୋଲି ଉତ୍ତର ଦେବାରୁ ଆମେ ଗ୍ରାମବାସୀ ଏକତ୍ରିତ ହୋଇ ଆଜି ପଞ୍ଚାୟତ ଅଫିସକୁ ତାଲା ପକାଇଛୁ ବୋଲି ଗ୍ରାମବାସୀ କହୁଛନ୍ତି । ରିନବଚନ ସରପଞ୍ଚ ଶେଷଦେବ ଗଡତ୍ୟାଙ୍କୁ ପଚାରିବାରୁ ମୁଁ ଗୋଟିଏ କାମ ପାଇଁ ୦୪ ମାର୍ଚ୍ଚ ୨୦୨୦ରେ ପ୍ରସ୍ତାବ ଦେଇଥିଲି, କିନ୍ତୁ ଉକ୍ତ ପ୍ରସ୍ତାବକୁ ୨୭.୦୪.୨୦ରେ ରାଜ୍ୟ ସଚିବାଳୟ ଠାରେ ରିନବଚନ ଗ୍ରାମରେ କଲ୍ୟାଣ ମଣ୍ଡପ ପାଇଁ ପରିବର୍ତନ କରି ଦିଆଗଲା । ତେଣୁ ମୋ ପଞ୍ଚାୟତର ପଇସା ମୁଁ ମାଟି କାମ ପାଇଁ ଖର୍ଚ୍ଚ କରିବି । ଏହି ପଇସା ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ ହେଲେ ମଧ୍ୟ ପରିବର୍ତନ କରିପାରିବେ ନାହିଁ । ମୁଁ ସରପଞ୍ଚ, ମୁଁ ଯାହା ବି କରିବି ବୋଲି କହିଥିଲେ ।
Next Post