ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ବିରୁଦ୍ଧରେ ଅନିଶ୍ଚିତକାଳୀନ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୧୯୨ଗୋଟି ତଥା ଗଜପତି,ବୌଦ୍ଧ ଏବଂ ନବରଙ୍ଗପୁର ପ୍ରାଥମିକ ବିଦ୍ୟାଳୟ ବନ୍ଦ ବିରୁଦ୍ଧରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିଶ୍ଚିତକାଳୀନ ଧାରଣା ଚତୁର୍ଥ ଦିନରେ ପହଂଚିଛି । ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନାମରେ ସର୍ବଶିକ୍ଷା ଅଭିଯାନ ତଥା ମୁକ୍ତ ଏବଂ ବାଧ୍ୟତାମୂଳକ ଶିକ୍ଷାର ବିରୁଦ୍ଧରେ ୨୦ ରୁ କମ୍‌ ଥିବା ଛାତ୍ରଛାତ୍ରୀ କଥାକଥିତ ନିୟମ ପ୍ରସ୍ତୁତ କରି ଗ୍ରାମୀଣ ଏବଂ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟଗୁଡିକୁ ଅନ୍ୟ ବିଦ୍ୟାଳୟରେ ମିଶ୍ରଣ କରିବା ସରକାରଙ୍କ ନୀତି ଆୟୋଗ, ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ମୌଳିକ ଶିକ୍ଷା ଦେବା ପାଇଁ ବଂଚିତ କରୁଛନ୍ତି ବୋଲି ଭିଲେଜର୍ସ ଇଣ୍ଡିଆ ପାର୍ଟି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ ଅନିଶ୍ଚିତକାଳୀନ ଧାରଣାରେ ନେତୃତ୍ୱ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସର୍ବଶିକ୍ଷା ଅଭିଯାନ ତଥା ମୁକ୍ତ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିନିୟମ ବିରୁଦ୍ଧରେ ବଲାଙ୍ଗିର, ବୌଦ୍ଧ, ଗଜପତି ଏବଂ ନବରଙ୍ଗପୁରର ହଜାର ହଜାର ପ୍ରାଥମିକ ବିଦ୍ୟାଳୟଗୁଡିକୁ ବନ୍ଦ କରିବା ନୀତି ଆୟୋଗର ନିର୍ଦ୍ଦେଶ ଏବଂ ଓଡିଶାର ସରକାରଙ୍କ ଆଦେଶ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଅଧିକାରକୁ ବନ୍ଦ କରିବାର ନୀତି ଅଟେ । ତେଣୁ ଗତ ଗାନ୍ଧୀ ଜୟନ୍ତୀ ଠାରୁ ଓଡିଶା ପ୍ରାଥମିକ ବିଦ୍ୟାଳୟ ବଂଚାଓ ସମିତି ଏବଂ ଭିଲେଜର୍ସ ଇଣ୍ଡିଆ ପାର୍ଟିର ନେତୃତ୍ୱରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିଶ୍ଚିତକାଳୀନ ଧାରଣା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଖୋଲା ଦାବୀପତ୍ର ପ୍ରାଥମିକ ବିଦ୍ୟାଳୟ ବନ୍ଦ ନ କରିବା ପାଇଁ ଦିଆଯାଇଛି । ବିଗତ ଦିନମାନଙ୍କରେ ଚିପାକାନୀ, ଜଟିପାଲି, ସିନଖମନ, ବଡପଡା, ଖଲିଆପାଲି, ଚମାରଟିକ୍ରା, ଧୂମାମରା, ଖଡିଆପଡା ଗ୍ରାମବାସୀ ର‍୍ୟାଲି ଏବଂ ବିକ୍ଷୋଭ ମାଧ୍ୟମରେ ଜିଲ୍ଲାପାଳ ଏବଂ ଡିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦିଆଯାଇଛି । ଆସନ୍ତା ଦିନରେ ବିଧାନସଭା ଅଧିବେଶନ ସରିବା ପୂର୍ବରୁ ଭିଲେଜର୍ସ ଇଣ୍ଡିଆ ପାର୍ଟି ଏବଂ ଓଡିଶା ପ୍ରାଥମିକ ବିଦ୍ୟାଳୟ ବଂଚାଓ ସମିତି ଦ୍ୱାରା ଓଡିଶା ବନ୍ଦ ଡାକରା ମଧ୍ୟ ଦିଆଯାଇଛି । ଆସନ୍ତା ଦିନରେ ବଲାଙ୍ଗିର ଜିଲ୍ଲାର ବିଧାୟକମାନଙ୍କୁ ଅନୁରୋଧ କରି ତାଙ୍କ ଜରିଆରେ ବିଧାନସଭାରେ ସ୍କୁଲ ବନ୍ଦ କରିବା ବିରୁଦ୍ଧରେ ପ୍ରଶ୍ନ କରାଯିବ ବୋଲି ଡ. କୁଶୁଲିଆ କହିଛନ୍ତି । ଆଜିର ଧାରଣାରେ ଡ. ବିପିନ କୁଶୁଲିଆଙ୍କ ସମେତ ଅଶୋକ ଦାସ, ମେନୁ ପଧାନ, ଚୁଡାମଣି ପଧାନ, ବାମନ ପୁଟେଲ, ରାଜେଶ ପଧାନ, ଦିବ୍ୟରଂଜନ ପଧାନ, ଲକ୍ଷ୍ମଣ ସାଏ, ଆଦିତ୍ୟ ଶାହା, ପ୍ରଦୀପ କୁମାର ଦଶରୀ, ନୟନ ମିର୍ଦ୍ଧା, ଧୀରେନ୍ଦ୍ର ପ୍ରଧାନ, ହୃଷି, ପ୍ରହହ୍ଲାଦ ସାହୁ ତଥା ସ୍କୁଲ ପରିଚାଳନା କମିଟୀ ସଭ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.