oom

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶୈକ୍ଷିକ ସହାୟତା ପ୍ରଦାନ ନିମନ୍ତେ ତାଲିମ ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପି.ପି. ଏକାଡେମୀଠାରେ ସମଗ୍ର ଶିକ୍ଷା ବଲାଙ୍ଗିର ଆନୁକୂଲ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ନିବେଶୀ ଶିକ୍ଷା ମାଧ୍ୟମରେ ଶୈକ୍ଷିକ ତଥା ତଥ୍ୟ ଭିତ୍ତିକ ଶିକ୍ଷା ପ୍ରଦାନ ନିମନ୍ତେ ସମସ୍ତ ବ୍ଲକର ବିଶେଷ ଆବଶ୍ୟକତା ଥିବା ଶିଶୁମାନଙ୍କ ନିମନ୍ତେ ନିଯୁକ୍ତିପ୍ରାପ୍ତ ବ୍ଲକ ସାଧନ କର୍ମୀମାନଙ୍କୁ ନେଇ ତିନି ଦିନିଆ ଶୈକ୍ଷିକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ଚନ୍ଦ୍ର ମେହେର ମୁଖ୍ୟ ଅତିଥି ଓ ଅନ୍ତର୍ନିବେଶୀ ଜିଲ୍ଲା ସଂଯୋଜକ, ସମଗ୍ର ଶିକ୍ଷା ପ୍ରଶାନ୍ତ ସରାଫ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ତାଲିମ ଶିବିରର ସାଧନ କର୍ମୀ ଭାବେ ପ୍ରଜ୍ଞା ପରିମିତା ବହିଦାର, ଦିବ୍ୟକାନ୍ତ ମେହେର ଓ ଭାରତୀ ପଟ୍ଟନାୟକ ଯୋଗଦେଇ ଜାତୀୟ ଶିକ୍ଷାନୀତି -୨୦୨୦, ଭାଷା, ଗଣିତ ଓ ଇଂରାଜୀ ଉପରେ ସାଧାରଣ ଛାତ୍ରଛାତ୍ରୀମାନଙ୍କ ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଏକ ଶ୍ରେଣୀ ପ୍ରକୋଷ୍ଠରେ ଅନ୍ତର୍ନିବେଶୀ ଶିକ୍ଷା ମାଧ୍ୟମରେ କିଭଳି ଶିକ୍ଷାଦାନ ଦିଆଯାଇ ପାରିବ ସେ ଉପରେ ତାଲିମ ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ ଓ ଲୋକନାଥ ସୁନା ଯୋଗଦେଇ ତାଲିମର ବିଷୟବସ୍ତୁ ଛାତ୍ର ଛାତ୍ରୀମାନଙ୍କ ପାଖରେ ଠିକ୍‌ ଭାବରେ ପ୍ରୟୋଗ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ବଙ୍ଗୋମୁଣ୍ଡା ବ୍ଲକ ସାଧନକର୍ମୀ ଲକ୍ଷ୍ମୀକାନ୍ତ ଷଡଙ୍ଗୀ ସଂଯୋଜନା କରିଥିବା ବେଳେ ଆଗଲପୁର ବ୍ଲକ ସାଧନକର୍ମୀ ନବ କିଶୋର ସାମଲ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ପୁଇଁନ୍ତଲା ବ୍ଲକ ସାଧନକର୍ମୀ ଅଳକା ଦାଶ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.