jsm

ଲୋକକଳାର ପରମ ସାଧକ ସୁରେନ୍ଦ୍ର ଗରୁଡ଼ଙ୍କ ଦେହାନ୍ତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକକଳାର ପରମ ସାଧକ ପୁଇଁନ୍ତଲା ନିବାସୀ ସୁରେନ୍ଦ୍ର ଗରୁଡ଼(୪୮)ଙ୍କ ଗତକାଲି ଦେହାନ୍ତ ହୋଇଯାଇଥିବା ବେଳେ ଆଜି ଗାଁ ମଶାଣିରେ ତାଙ୍କ ଶେଷକୃତ୍ୟ ସମାପନ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ପୂର୍ବାହ୍ନରେ ତାଙ୍କ ବ୍ରେନ୍‌ ହେମ୍‌ରେଜ୍‌ ଯୋଗୁଁ ସ୍ଥାନୀୟ ଭୀମଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ଯୋଗୁଁ ତାଙ୍କୁ ବୁର୍ଲା ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ତାଙ୍କୁ ବୁର୍ଲା ମେଡ଼ିକାଲ୍‌କୁ ପହଂଚାଯାଇଥିଲେ ସୁଦ୍ଧା ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କ ଦେହାନ୍ତ ହୋଇଯାଇଥିବା କୁହାଯାଇଛି । ସ୍ୱର୍ଗତ ଗରୁଡ଼ ପୁଇଁନ୍ତଲା ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ରହିଥିବା ବେଳେ ଅଂଚଳର କଳା ସଂସ୍କୃତିର ବିକାଶ ପାଇଁ ବେଶ୍‌ ସମର୍ପିତ ଥିଲେ । ପୁଇଁନ୍ତଲା ଘୁଂଗୁରୁ କଳା ପରିଷଦର ପ୍ରତିଷ୍ଠାତା ଭାବେ ସେ ଯେତିକି ସୁନାମ ଅର୍ଜନ କରିଥିଲେ, ଢେ଼ାଲ ମୁହୁରୀ କଳା ପରିଷଦର ସଭାପତି ଭାବେ ସେତିକି ଦକ୍ଷତା ପ୍ରତିପାଦନ କରି ପାରିଥିଲେ । ତାଙ୍କ ପରଲୋକରେ ବଲାଙ୍ଗିର ଜିଲ୍ଲାର କଳାକାର ଜଗତରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପୂର୍ବତନ ବଲାଙ୍ଗିର ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ବର୍ତ୍ତମାନର ସ୍ୱତନ୍ତ୍ର ଅଧିକାରୀ ବିଜୟ କୁମାର ଶତପଥୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତଥା କଳାକାର ତାଙ୍କ ଶେଷ ଦର୍ଶନ କରିଛନ୍ତି ।

yuvodaya
Leave A Reply

Your email address will not be published.