ବ୍ଳକସ୍ତରୀୟ ଖେଳ ପ୍ରତିଯୋଗିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଖାସବାହାଲ ଗ୍ରାମର ସ୍ଥାନୀୟ ଖେଳ ପଡିଆଠାରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ଦ୍ଵାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ଜଡେନ ଯୁବକ ସଂଘ ଖାସବାହାଲ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବ୍ଳକ ସ୍ତରୀୟ ଖେଳ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଆତ୍ମାର ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟ ଅତିଥି, ପ୍ରେମାନନ୍ଦ ସାହୁ, ସାମ୍ବାଦିକ ଅଜିତ କୁମାର ସାହୁ, ସମାଜସେବୀ ଦେବାଧି ଭୋଇ, ଲୋକନାଥ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।ଘୁନସର-କୁଜାରପଡା ଦଳ ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ୧-୦ରେ କୁଜାରପଡା ଦଳ ବିଜୟୀ ହୋଇଥିଲା ।ଏଥିରେ ଦୌଡ଼ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଟ୍ରଫି ଓ ମାନପତ୍ର ମଧ୍ୟ ଦିଆଯାଇଥିଲା । ଯୁବରାଜ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ନେହେରୁ ଯୁବ କେନ୍ଦ୍ର ଜାତୀୟ ସ୍ୱେଚ୍ଛାସେବୀ ଆଶିଷ ସାହୁ ଓ ସୁଧୀର ରଣା ଉପସ୍ଥିତ ଥିବା ବେଳେ ଗଣେଶ ଭୋଇ ରେଫରି, ସୁବାଷ ଭୋଇ, ପିଙ୍କୁ ଚନ୍ଦନ ଲାଇନ୍ସମ୍ୟାନ ଭାବେ ସହଯୋଗ କରିଥିଲେ । କ୍ଷେତ୍ରପତି ଜାଲ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ସଞ୍ଜିତ, ବିକାଶ, ଆକାଶ, କରୁକ୍ଷେତ୍ର, ଭରତ, ଧୁବା, ଭୋଳା, ଆଲୋକ, ଡିଟୁ ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ଯୁଗଳ କିଶୋର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.