ଜିଲା ପେଷାଦାର ସାମ୍ବାଦିକ ସଂଘ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଏଥଲେଟିକ ଆସୋସିଏସନ ସଭାଗୃହ ଠାରେ ବଲାଙ୍ଗିର ଜିଲା ପେଷାଦାର ସାମ୍ବାଦିକ ସଙ୍ଘର ସାଧାରଣ ପରିଷଦ ବୈଠକ ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଙ୍ଘର ଦିବଂଗତ ସଦସ୍ୟ ସ୍ବର୍ଗତ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉପ ସଭାପତି ଶ୍ୟାମସୁନ୍ଦର ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ବିମଳେନ୍ଦୁ ସାହୁ ପ୍ରାରମ୍ଭିକ ସୂଚନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଙ୍ଘର ତିନିଜଣ ସଦସ୍ୟଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନା ତଥା ସାଙ୍ଗଠନିକ ଆଲୋଚନା କରାଯାଇଥିଲା । ଏଥିରେ ସଙ୍ଘର କାର୍ଯ୍ୟକାରୀ ସଭାପତି ଅଶ୍ବିନୀ କୁମାର ନାଏକ, ଯୁଗ୍ମ ସମ୍ପାଦକ ଦେବାଶିଷ ମିଶ୍ର, ଅଶୋକ ନାରାୟଣ ଭୋଇ, ଉପ ସଭାପତି ଅଜିତ ସାହୁ, ସାଙ୍ଗଠନିକ ସମ୍ପାଦକ ଦେବରାଜ ନାହାକ, କୋଷାଧ୍ୟକ୍ଷ ଶ୍ୟାମପ୍ରସାଦ ଗୁରୁ, ବରିଷ୍ଠ ସଦସ୍ୟ ବିରାଜ ନନ୍ଦ ପାଢ଼ୀ, ଡାକ୍ତର ପୁଟେଲ, ସୁଦାମ ଚରଣ ବଘାର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସଙ୍ଘର ନୂତନ ସଦସ୍ୟ ଭାବେ ରଜନୀକାନ୍ତ ପଟେଲ, ଦେବାଶିଷ ବହିଦାର, ସୁଧାକର ଦାସ, ରାଜେଶ ଦଣ୍ଡସେନା ପ୍ରମୁଖଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ନବନିର୍ମିତ ଜଗନ୍ନାଥ ମନ୍ଦିରରେ ସଦସ୍ୟ ଗଣ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଂଜନ ବେହେରା ଓ ଝାରମୁଣ୍ଡା ସରପଞ୍ଚ ସୁନୀଲ ଅଗ୍ରୱାଲ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲଳିତ ମଲ୍ଲିକ, ସୁଶାନ୍ତ ବାରିକ, ରାଧେ ମେହେର, ଅଜିତ ମିଶ୍ର, କୈଳାସ ସଗରିଆ, ରାମନାରାୟଣ ବାଗ, ହୁଲେଶ୍ବର ହଂସ, ଅନ୍ତର୍ଯ୍ୟାମୀ ସାହୁ, ସୁଶୀଲ ମିଶ୍ର, ବିରଞ୍ଚି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଶ୍ୟାମସୁନ୍ଦର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.