ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନୋଡ୍ସ୍ ବ୍ଳଗ୍ ପରିବାରର ଆନୁକୁଲ୍ୟରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ଡା. କ୍ଷୀରୋଦିନୀ ବେହେରା ଏବଂ ସାଇ ମଲ୍ଟି ସ୍ପେସାଲିଟି ଚିକିତ୍ସାଳୟର ମୁଖ୍ୟ ଡା. ସୁସ୍ମିତା ଦାଶ ଉଦଘାଟନ କରିଥିଲେ । ନୋଡ୍ସ୍ ବ୍ଳଗ୍ ପରିବାରର ମୁଖ୍ୟ ପୋତଶ୍ରୀୟା ବଢେଇ, ନୋଡ୍ସ୍ ବ୍ଳଗ୍ ବରଗଡ଼ ଜିଲ୍ଲା ପ୍ରଭାରୀ ଆକାଶ କୁମାର ଭୋଇ, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ସଦସ୍ୟ ମାନେ ଏବଂ କୋଶଳ ସେନାର ଅର୍ପଣ କୁମାର ଦାସ ନାୟକ, ପର୍ବତା- ଆରୋହିଣୀ ଲିପିକା ସେଠ, କବୟତ୍ରୀ ନମିତା ଦୀପ ଯାଦବ ଏବଂ କବୟତ୍ରୀ ଶିବାନୀ ପାଢ଼ୀ ଏବଂ ସମସ୍ତ ପରିବାରର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ୨୦ ୟୁନିଟ ରକ୍ତ ସଂଗ୍ରହ କରି ଶିବିରକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ ।

Leave A Reply

Your email address will not be published.