oom

ଶ୍ରୀଅରବିନ୍ଦ ପାଠଚକ୍ର ଶୁଭାରମ୍ଭ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ର ଗୀତାରାଣୀ ବେହେରାଙ୍କ ଆବାହକତ୍ୱରେ ଶ୍ରୀଅରବିନ୍ଦ ପାଠଚକ୍ର ଶୁଭାରମ୍ଭ କରାଯାଇଛି । ବିଶ୍ବନାଥ ଆଇଚଙ୍କ ସଂଯୋଜନାରେ ଆୟୋଜିତ ଏହି ପାଠଚକ୍ରରେ ଶିକ୍ଷାବିତ୍ ଭବେଶ ଚନ୍ଦ୍ର ସାହୁ, ଡାକ୍ତର ପ୍ରଶାନ୍ତ ପାତ୍ର ଓ ଗୋଦାବରୀଶ ପରିହାରୀ ଶ୍ରୀଅରବିନ୍ଦଙ୍କ ଦର୍ଶନ ଉପରେ ଆଲୋଚନା କରିଥିଲେ । ଆଲୋଚକମାନେ ଶ୍ରୀମାଙ୍କ ଜୀବନୀ ପାଠ ସହ ସେ ଦେଖାଇଥିବା ପଥ ଅନୁସରଣ କରି ସମାଜସେବାରେ ନିଜକୁ ସମର୍ପିତ କରିପାରିଲେ ଜୀବନ ଧନ୍ୟ ହେବ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ଅଞ୍ଜଳୀ ମହାନ୍ତି ଦୁର୍ଗା ସ୍ରୋତ ଓ ଭାଗ୍ୟଲତା ସେଠୀ ମା ବହିର ଷଷ୍ଠ ଅଧ୍ୟାୟ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ପ୍ରତାପ ଚନ୍ଦ୍ର ରାଉତ, କବିଚନ୍ଦ୍ର ରାଉତ, ଜାନକୀ ସାମଲ, ଆଦିତ ପଢିଆରୀ, ସୌମ୍ୟରଂଜନ ପାଣିଗ୍ରାହୀ, ବିନୋଦ କୌଶଲ, ବସନ୍ତ ସ୍ବାଇଁ, ବିନୋଦ ସାହୁ, କଳ୍ପନା ଚୌଧୁରୀ, ସୁକେଶିନୀ ପଣ୍ଡା, କୁମାରୀ ରାଉତ, ସ୍ବପ୍ନା ଦାସ, ମେରୀ ମହାନ୍ତି, ନିବେଦିତା ବେହେରା, ଅନସୂୟା ବେହେରା, ବେବୀରାଣୀ ସା, ସୁକନ୍ୟା, ତନ୍ୟ ତନ୍ମୟା ବେହେରା, ସୁନନ୍ଦା ଚମ୍ପତିରାୟ, ନିହାର ଚମ୍ପତିରାୟ, ତେଜସ୍ବିନୀ ପାଣିଗ୍ରାହୀ, ଦେବସ୍ମିତା ପଣ୍ଡା, ନିରୁପମା ପତି, ନନ୍ଦିନୀ ଦାସ, ପ୍ରତୀକ୍ଷା ମହାନ୍ତି, ଅଦିତି ପଣ୍ଡା, ସ୍ବେତା ମହାନ୍ତି, ଅନୁରାଧା ପଣ୍ଡା, ଜୟଶ୍ରୀ, ଆୟୁର୍ଧା, ନରୋତ୍ତମ ଚମ୍ପତିରାୟ, କବିତାରାଣୀ ସାହୁ, ପ୍ରଣତୀ ପଣ୍ଡା, ବନ୍ଦନା ଦାସ, ଡି ଲକ୍ଷ୍ମୀ, ସୁରଞ୍ଜିତା ପଣ୍ଡା, ତପସ୍ବିନୀ କର, ସମୃଦ୍ଧି ହୋତା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଆବାହକ ଶ୍ରମତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.