jayashree

ଦକ୍ଷିଣ କୋରିଆରେ କରୋନାର ମାରାତ୍ମକ ତାଣ୍ଡବ : ରେକର୍ଡ ଭାଂଗୁଛି ମୃତ୍ୟୁ, ଡାକ୍ତରଖାନାରେ ସ୍ଥାନ ନାହିଁ

ସିଓଲ : ଦକ୍ଷିଣ କୋରିଆରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ମଙ୍ଗଳବାର ସବୁଠାରୁ ମାରାତ୍ମକ ଦିନ ବୋଲି ପ୍ରମାଣିତ ହୋଇଛି । ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (କେଡ଼ିସିଏ) କହିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୯୪ ରେକର୍ଡ କରାଯାଇଛି । ଏଜେନ୍ସି ଅନୁସାରେ ଦେଶରେ ୯୦୬ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ପାର୍କ ହାଙ୍ଗ କହିଛନ୍ତି ଯେ, ଜନବହୁଳ ସିଓଲ ଏବଂ ନିକଟ ମହାନଗର ନିଗମରେ ଚିକିତ୍ସା ସମ୍ବଳ ଦ୍ରୁତ ଗତିରେ ହ୍ରାସ ପାଉଛି । କାରଣ ଆଇସିୟୁରେ ଭର୍ତ୍ତି ହୋଇଥିବା ୮୬% ରୋଗୀ ଏହି ଅଞ୍ଚଳରୁ ଆସିଛନ୍ତି । ୮୦୦ ରୋଗୀ ଆଡମିଶନ ପାଇଁ ଅପେକ୍ଷା କରିଥିବାବେଳେ ଏହି ଅଞ୍ଚଳରେ ଆଇସିୟୁ ଶଯ୍ୟା ପୂରଣ ହୋଇସାରିଛି । କେଡିସିଏ ରିପୋର୍ଟ କରିଛି ଯେ, ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ଅପେକ୍ଷା କରିଥିବା ଅତି କମରେ ୧୭ ଜଣ ରୋଗୀଙ୍କ ଗତ ସପ୍ତାହରେ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.