ମଣ୍ଡିରୁ ଜବତ ହେଲା ୩୨ କୁଇଣ୍ଟାଲ ଧାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଧାନ କ୍ରୟ କେନ୍ଦ୍ର(ମଣ୍ଡି)ରୁ ଗତକାଲି ଯୋଗାଣ ବିଭାଗ ୮୧ ପକେଟ୍‌ ଧାନ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଜବତ ଧାନର ପରିମାଣ ୩୨ କୁଇଣ୍ଟାଲ ୯୦ କିଗ୍ରା ରହିଛି । ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) କର୍ମଚାରୀ ଶରତ ଚନ୍ଦ୍ର ହଂସଙ୍କଠାରୁ ତାହା ଜବତ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି । ଜବତ ଧାନକୁ ନିକଟସ୍ଥ ହନୁମାନ ଫୁଡ୍‌ ପ୍ରଡ଼କ୍ଟସ୍‌ ରାଇସ ମିଲ ଜିମାରେ ରଖାଯାଇଛି । ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ଏକ ଟିମ୍‌ ପହଞ୍ଚି ଧାନକୁ ଜବତ କରିଥିଲେ । ଜବତ ଧାନ କାହାର ଜଣାପଡ଼ି ନାହିଁ । ଏ ନେଇ ଯୋଗଣ ବିଭାଗ ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.