ଜେନେରାଲ ବିପିନ ରାୱତ (ସିଡିଏସ୍‌) ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣ ସହିଦ ଯବାନଙ୍କୁ ବଲାଙ୍ଗିରବାସୀଙ୍କ ତରଫରୁ ସମୂହ ଶ୍ରଦ୍ଧାଞ୍ଜଳି

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଡିଏସ୍‌ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣ ସହିଦ ଯବାନଙ୍କୁ ବଲାଙ୍ଗିରବାସୀଙ୍କ ତରଫରୁ ସମୂହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି ମିଳିତ ଶ୍ରଦ୍ଧାଞ୍ଜଳି ସଭାରେ ୧୮୯ ବେଟାଲିୟନ ସିଆର୍‌ପିଏଫ୍‌ର କମାଣ୍ଡିଙ୍ଗ୍‌ ଅଫିସର୍‌ ପୱନ କୁମାର ତିୱାରୀ, ସେକେଣ୍ଡ ଇନ୍‌ କମାଣ୍ଡ ପୀତବାସ ପଣ୍ଡା, ଚିିକିତ୍ସା ଅଧିକାରୀ ଆର୍‌.ଆର୍‌. ରାମ, ଡେପୁଟି କମାଣ୍ଡେଣ୍ଟ ଡକ୍ଟର ବିନୋଦ କୁମାର ଚନ୍ଦନ, ପିଆର୍‌ଓ ତେଜରାଜ ମିଶ୍ର, ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ, ଗୋପାଳଜୀ ପାଣିଗ୍ରାହୀ, ଦତ୍ତାନନ୍ଦ ପଣ୍ଡା, ଅନନ୍ତ ଦାଶ, କାହ୍ନା ଶତପଥୀ, ସନ୍ତୋଷ ସାହୁ, ସୁନିଲ ମିଶ୍ର, ବିନୋଦ କାଲସାଏ, ରଂଜିତା ପାଣିଗ୍ରାହୀ, ଅନୁସୟା ବେଜ, ରଶ୍ମିରେଖା ଦାନୀ, ବନଶ୍ରୀ ଆଚାର୍ଯ୍ୟ, ଅମିତ ନାଏକ, ବିନୁ ଶତପଥୀ, ରିଲୁ ରଥ, ପୀତାମ୍ବର ଖମାରୀ, ସୁନିଲ ସେଠ୍‌, ଦୀପକ ପଣ୍ଡା, ପ୍ରହ୍ଲାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ସିଆର୍‌ପିଏଫ୍‌ର କମାଣ୍ଡିଙ୍ଗ୍‌ ଅଫିସର ଶ୍ରୀ ତିୱାରୀ, ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ, ଦତ୍ତାନନ୍ଦ ପଣ୍ଡା ପ୍ରମୁଖ ସହିଦ ମାନଙ୍କ ସ୍ମୃତିଚାରଣ କରିବା ସହ ସମୂହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.