pakka

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ଆଲୋଚନା ଚକ୍ର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କନଫରେନ୍ସ କକ୍ଷରେ ଏକ ଶିକ୍ଷା ସମ୍ପର୍କୀତ ଆଲୋଚନା ଚକ୍ର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡଃ ତୁଷାରକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷା କ୍ଷେତ୍ରରେ ଯାନ୍ତ୍ରିକ ବିଜ୍ଞାନର ପ୍ରୟୋଜନୀୟତା ଶୀର୍ଷକ ସନ୍ଦର୍ଭଟିକୁ ପଞ୍ଚମ ସେମିଷ୍ଟାରର ଛାତ୍ରୀ ସୁନେଲି ଭୋଇ, ଅଲିଭା ଭୋଇ, ବାସନ୍ତୀ ମେହେର, ଝୁମକି ଡନସନା ପ୍ରଥମେ ଉପସ୍ଥାପନ କରିଥିଲେ । ତତ୍‌ ପରେ ପରେ ବିଭାଗୀୟ ମୁଖ୍ୟ ଡଃ ସାହୁ ସନ୍ଦର୍ଭଟିକୁ ପ୍ରାଞ୍ଜଳ ଭାବରେ ବିଶ୍ଳେଷଣ କରିଥିଲେ । ବିଭାଗୀୟ ଅଧ୍ୟାପିକା ରଶ୍ମୀତା ରାନୀ ସାହୁ, ଜୟନ୍ତୀ ସାହୁ ବର୍ତ୍ତମାନ ସମୟରେ ଯନ୍ତ୍ର ବିଜ୍ଞାନର ଶିକ୍ଷା ପାଇଁ ଗୁରୁତ୍ୱ ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ଅନୁସନ୍ଧିତ୍ସୁ ପ୍ରଶ୍ନର ଉତ୍ତର ଉପସ୍ଥାପିକା ଏବଂ ବିଭାଗୀୟ ଅଧିକାରୀ ମାନେ ଦେଇଥିଲେ । ପଞ୍ଚମ ସେମିଷ୍ଟାର ଛାତ୍ରଛାତ୍ରୀ ଆୟୋଜନ କରିଥିବା ଏହି ଆଲୋଚନା ଚକ୍ରରେ ପ୍ରଥମ ସେମିଷ୍ଟାର ଏବଂ ତୃତୀୟ ସେମିଷ୍ଟାରର ଛାତ୍ରଛାତ୍ରୀମାନେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ସଂପାନ ଶେଷରେ ସନ୍ତୋଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

11 + seventeen =