oom

ହାତୀ ଆକ୍ରମଣରେ ବୃଦ୍ଧ ମୃତ : ଆତଙ୍କ ରଚୁଛନ୍ତି ଗଜ ବାହିନୀ, ହେଉଛି ଧନ ଜୀବନ ନଷ୍ଟ

jsmm

କଳାହାଣ୍ଡି, (କେପିଏନ୍‌ଏସ୍‌) : ହାତୀ ଆକ୍ରମଣ ରେ ଲାଞ୍ଜିଗଡ଼ ବ୍ଲକ୍ ମଇଶିପେଟା ଗାଁର ସାନ ମାଝୀ(୬୦)ଙ୍କ ମୃତ୍ୟୁ ଘଟିଛି । ସ୍ୱର୍ଗତ ମାଝୀ ବେଡାଗାଁ ସରପଞ୍ଚ ହରି ମାଝୀଙ୍କ ବଡବାପା ବୋଲି ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଧିନସ୍ଥ ମଇଶିପେଟା ଗାଁର ସାନ ମାଝୀ ତାଙ୍କର ସୋରଦେହେଡା ଗାଁରେ ଥିବା ଚାଷଜମିକୁ ଯାଇଥିବା ସମୟରେ ହାତୀ ଆକ୍ରମଣ କରିଥିଲା, ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ଗାଁ ଲୋକେ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦଙ୍କୁ ଜଣାଇଥିଲେ।ଖବର ପାଇ ଶ୍ରୀ ମହାନନ୍ଦ ନିଜ ବନ ବିଭାଗ କର୍ମଚାରୀଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ସାନଙ୍କ ମୃତ୍ୟୁ ହୋଇଥିବା ଦେଖି ବିଶ୍ୱନାଥପୁର ପୁଲିସକୁ ଜଣାଇଥିଲେ । ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ ମାଝୀ ନିଜ ପୁଲିସ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । କେସ ନଂ ୪/୨୦୨୦ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଶ୍ରୀମତୀ ମାଝୀ ପ୍ରକାଶ କରିଛନ୍ତି ।
ଅନ୍ୟପଟେ ମୃତକଙ୍କ ପରିବାରଙ୍କୁ ଶୁଦ୍ଧିକାର୍ୟ୍ୟ ପାଇଁ ରେଞ୍ଜର ଶ୍ରୀ ମହାନନ୍ଦ ନିଜ ତରଫରୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଆବଶ୍ୟକ କାଗଜପତ୍ର ହେଲା ପରେ ଉପରିସ୍ଥ ଅଧିକାରୀଙ୍କୁ କ୍ଷତି ପୂରଣ ରାଶି ଅବଗତ କରାଯିବ ବୋଲି ରେଞ୍ଜର ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.