ଭାଲୁପାଲିରେ ମଣିଷକୁ ମାରିଲା ହାତୀ : ଲୋକେ ଆତଙ୍କିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ସକାଳ ସାଢେ଼ ୬ଟାରୁ ୭ଟା ଭିତରେ ଭାଲୁପାଲିରେ ବଣୁଆ ହାତୀ ଜଣଙ୍କୁ ନୃଶଂସ ଭାବେ ଦଳି ମାରି ଦେଇଥିବା ଜଣାପଡ଼ିଛି । ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା କୁହାଯାଉଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ରମାଇ ପାହାଡ଼ ସଂରକ୍ଷିତ ଜଙ୍ଗଲରୁ ଆସି ଭାଲୁପାଲି ଗ୍ରାମରେ ଗତକିଛି ଦିନ ହେଲା ଉପଦ୍ରବ ଚଳାଇଛନ୍ତି ହାତୀପଲ । ଆଜି ହାତୀ ଆକ୍ରମଣରେ ଗ୍ରାମର ଗୋପାଳ ପୋଢ଼ ନାମକ ଜଣେ ୪୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ହାତୀପଲ ଗାଁ ପାଖେ ପାଖେ ରହୁଛନ୍ତି ଓ ଧାନ ଫସଲ ନଷ୍ଟ କରି ଚାଲିଛନ୍ତି । ଗ୍ରାମବାସୀ ସକାଳୁ ସଂଧ୍ୟାରେ ଯିବା ଆସିବା ସମୟରେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ ପ୍ରଶାସନର ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଗ୍ରାମବାସୀ ମତ ଦେଇଛନ୍ତି ।

Leave A Reply

Your email address will not be published.