ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦର ଶେଷ ସାଧାରଣ ବୈଠକ ଆଜି ଡିଆରଡିଏର ନୂତନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପରିଷଦ ପକ୍ଷରୁ ବିଗତ ଦିନରେ ଜିଲ୍ଲାର ଉନ୍ନୟନ ପାଇଁ ରୂପାୟନ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାଗୁଡ଼ିକର ସମୀକ୍ଷା ଓ ଆଲୋଚନା ହୋଇଥିଲା । ସଭାରେ ସମସ୍ତ ସଭ୍ୟସଭ୍ୟାମାନଙ୍କ ସହ ଲୋକସଭା ସଦସ୍ୟ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଉପାଧ୍ୟକ୍ଷ ମଦନ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।