csstore

ମେଲଛାମୁଣ୍ଡା ମହାବିଦ୍ୟାଳୟରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ବରଗଡ଼ ନେହେରୁ ଯୁବ କେନ୍ଦ୍ର ତରଫରୁ ଏକ ସ୍ୱଚ୍ଛ ଭାରତ ଏବଂ ସବୁଜ ଭାରତ ବିଷୟରେ ଏକ ପ୍ରଶିକ୍ଷଣ ଶିବିର ମେଳଛାମୁଣ୍ଡା ମହାବିଦ୍ୟାଳୟର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ କଲେଜ ଅଧ୍ୟକ୍ଷ ବିନୋଦ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଜାତୀୟ ସେବା ସଂସ୍ଥା ପ୍ରୋଗ୍ରାମ ଅଫିସର ମୀନକେତନ ବିଶ୍ଵାଳ, ଯୁବ ରେଡକ୍ରସ୍ ଉପଦେଷ୍ଟା ଭୂପତି କାଲୁ ଏବଂ ସମାଜସେବୀ ପ୍ରକାଶ ଚନ୍ଦ୍ର ବେହେରା । ମୁଖ୍ୟ ପ୍ରଶିକ୍ଷକ ମୀନକେତନ ସାହୁ ଓ ଶାନ୍ତନୁ ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଏହି ଶିବିରରେ ଜାତୀୟ ସେବା ସଂସ୍ଥା ଓ ରେଡ଼କ୍ରସର ସଦସ୍ୟ ବିଭିନ୍ନ ଯୁବକ ସଂଘ ଏବଂ କଲେଜର ଛାତ୍ରଛାତ୍ରୀ ମାନେ ପ୍ରାୟ ୧୦୦ ଜଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ, ବୃକ୍ଷରୋପଣ ଏବଂ ସ୍ୱଚ୍ଛତା ଉପରେ ଅତିଥିମାନେ ତାଙ୍କ ସୁଚିନ୍ତିତ ବକ୍ତବ୍ୟ ମାନ ପ୍ରଦାନ କରିଥିବା ବେଳେ ସମସ୍ତ କାର୍ଯକ୍ରମକୁ ପରିଚାଳନା କରିଥିଲେ ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ରୋଶନ ଟଣ୍ଡନ ଓ ଉପଦେଷ୍ଟା କମିଟି ସଭ୍ୟ ତ୍ରିଲୋଚନ ଶତପଥୀ । କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସ୍ୱେଚ୍ଛାସେବୀ ମୁନା ନାୟକ, ଚୂଡ଼ାମଣି ସାହୁ ଓ ଜଗଦୀଶ ସାହୁ । ଶେଷରେ ଧନ୍ୟବାଦ ଭୂପତି କାଲୋ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.