ପଦ୍ମପୁରରେ ରୋପ୍ୟ ଜୟନ୍ତୀ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଠାରେ ଆସନ୍ତା ଡିସେମ୍ବର ୧୨ ତାରିଖରେ ରୋପ୍ୟ ଜୟନ୍ତୀ ସମାରୋହରେ ସିର୍ଜିନା ପତ୍ରିକା ଲୋକାର୍ପଣ ଉତ୍ସବ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସୂଚନା ମିଳିଛି । ସକାଳ ୯.ଘ.ସମୟରେ ସମଲେଇ ବରନ, ପ୍ରଥମ ଅଧିବେଶନ ଦିବା ୧୦.ଘ.ରୁ ୨.ଘ., ଦ୍ୱିତୀୟ ଅଧିବେଶନ ୩.ଘ.ରୁ ୫.ଘ.ଓ ତୃତୀୟ ଅଧିବେଶନ ସନ୍ଧ୍ୟା ଛଅଟାରୁ ହେବାକୁ ଥିବା ବେଳେ ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ସଭାପତି ରାଜୁ ଘିବେଲା, ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ଓ କାର୍ଯ୍ୟକାରୀ ସଭାନେତ୍ରୀ ସୁଶ୍ରୀ ଜିତେଶ୍ୱରୀ ଦାଶ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବେ । ଉକ୍ତ କାର୍ଯ୍ୟକ୍ରମରେ ୨୦୦ ଶହ ଜଣ କବି ଉପସ୍ଥିତ ରହିବେ ବୋଲି ସଂପାଦକ ଶ୍ରୀ ରାଜେନ୍ଦ୍ର କୁମାର ମହାନ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.