ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓଡ଼ିଆ ବିଭାଗର ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଓଡ଼ିଆ ବିଭାଗରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଶ୍ରୀମତୀ ସୁଷମା ପଟ୍ଟନାୟକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ଓଡ଼ିଆ ବିଭାଗର ଗୁରୁତ୍ୱ ଏବଂ ଛାତ୍ରଛାତ୍ରୀମାନଙ୍କର କେରିଅର ନିର୍ଦ୍ଧାରଣ ଉପରେ ବିସ୍ତୃତ ଆଲୋଚନା କରିବା ସହ ମହାବିଦ୍ୟାଳୟର ଆନୁସଙ୍ଗିକ ସୁବିଧା ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ନାରୀଶିକ୍ଷା ଓ ଅଧିକାର, କର୍ମକ୍ଷେତ୍ରରେ ନାରୀମାନଙ୍କ ଅଗ୍ରଗତି ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଉତ୍ତମ ଚରିତ୍ର ସମ୍ପନ୍ନ ନାଗରିକ ହେବା ପାଇଁ ଦିଗଦର୍ଶନ ଦେଇଥିଲେ । ଅଧ୍ୟାପକ ଡଃ ସରୋଜ ନାୟକ ,ଦୁଃଖୀଶ୍ୟାମ ସାହୁ, ଅଧ୍ୟାପିକା ରୀନା ଧର୍ମବିନାୟକ ପରିଶ୍ରମ କିଭଳି ଭାଗ୍ୟ ନିର୍ଦ୍ଧାରଣ ଦିଗରେ କିପରି ଚାବି କାଠି ପରି ହୋଇଥିାଏ ତାହା ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଞ୍ଚମ ସେମିଷ୍ଟାର ଛାତ୍ରଛାତ୍ରୀମାନେ ଆୟୋଜନ କରିଥିଲେ । ସେମାନେ ହେଲେ ବାପୁନ, ବିକାଶ, ରିଙ୍କୁ, ପପୁନ, ଦୀପକ, ସ୍ଵାଗତିକା, ଝିଲି, ରଶ୍ମିତା ଓ ତୃତୀୟ ସେମିଷ୍ଟାରର ସସ୍ମିତା କବିତା ପାଠ କରିଥିଲେ ଓ ସମ୍ପର୍କ, ଜୟକୁମାରୀ, ଅଞ୍ଜଲି ସଙ୍ଗୀତ ପରିବେଷଣ କରିଥିଲେ ଶେଷରେ ସିଦ୍ଧାନ୍ତଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ଶେଷ ହେଲା ।

Leave A Reply

Your email address will not be published.