କ୍ଳେଶ ପ୍ରଧାନଙ୍କୁ ବିଜେଡିର ଜିଲ୍ଲା ଉପସଭାପତି ଦାୟିତ୍ୱ ପ୍ରଦାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ବିଭିନ୍ନ ପଦ ପଦବୀ ପାଇଁ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଦଳର ମିଡ଼ିଆ ସେଲ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଦ୍ୱାରା ଜାରୀ କରାଯାଇଥିବା ଏହି ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାର ବରିଷ୍ଠ ବିଜେଡି ନେତା କ୍ଳେଶ ପ୍ରଧାନଙ୍କୁ ଜିଲ୍ଲାର ଉପସଭାପତି ଦାୟିତ୍ୱ ମିଳିଛି । ଶ୍ରୀ ପ୍ରଧାନ ବର୍ତ୍ତମାନ ବିଜେଡିରେ ରହି ସମଗ୍ର କନ୍ଧମାଳ ଜିଲ୍ଲାରେ ଦଳ ପାଇଁ ଅହରହ କାର୍ଯ୍ୟ କରି ଆସୁଛନ୍ତି । ବର୍ତ୍ତମାନ ସେ ଏକ ବଡ଼ ଦାୟିତ୍ୱ ପାଇଥିବାରୁ ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ଦଳର ସଂଗଠନକୁ ଆହୁରି ମଜଭୁତ କରିବା ସହ ନବୀନ ପଟ୍ଟନାୟକଙ୍କ ଜନ ହିତକର କାର୍ଯ୍ୟ ଜନସାଧାରଣଙ୍କ ନିକଟରେ କିପରି ପହଂଚି ପାରିବ ସେ ନେଇ ଚେଷ୍ଟା ଜାରୀ ରଖିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏତଦ୍‌ ବ୍ୟତୀତ ସେ ଏହି ପଦବୀ ପାଇଥିବାରୁ ମୁଖ୍ୟମନ୍ତ୍ରୀ, ଜିଲ୍ଲା ପ୍ରଭାରୀ ତଥା ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଡ଼. ଅଚ୍ୟୁତ ସାମନ୍ତ, ବିଧାୟକ ଓ ଦଳର ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କୁ ବିଶେଷ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.