csstore

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଶୋଭାଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌): ଆଜି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ବ୍ଲକ ଯୁବ ସଭାପତି ପ୍ରକାଶ ମହାରଣାଙ୍କ ସଭାପତିତ୍ୱରେ ରାଜ୍ୟ ପରିଷଦ ସଭ୍ୟ ନିହାରରଞ୍ଜନ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଲୋଇସିଂହା ବିଡ଼ିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଆୟୋଜିତ ପ୍ରତିବାଦ ସଭାରେ ବିଜୁ ମହିଳା ଜନତା ଦଳ ଲୋଇସିଂହା ବ୍ଲକ ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ନାଗ, ଉପ ସଭାପତି ପୁଷ୍ପାଞ୍ଜଳି ସାହୁ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପ ସଭାପତି ଟୀକୁଲୁ କଦମ୍ବ, ସାଧାରଣ ସମ୍ପାଦକ ଫିରୋଜ ଫତୁଆ, ଜିଲ୍ଲା କାର୍ଯ୍ୟକାରୀ ସମ୍ପାଦକ ନେହେରୁ ବିଶ୍ୱାଳ, ବରିଷ୍ଠ ସଭ୍ୟ ସହଦେବ ସା, ସମିତି ସଭ୍ୟ କୁନା ଭୋଇ, ନରେନ୍ଦ୍ର ହାତୀ, ରବି ସାହୁ ପ୍ରମୁଖ ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ଅହେତୁକ ଦରବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହିତ ଉପସ୍ଥିତ ମହିଳାଙ୍କୁ ଉଦବୋଧନ ଦେଇଥିଲେ ।

jayashree
Leave A Reply

Your email address will not be published.