pakka

ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ଡିଏସଡବ୍ଲୁଓ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ବରଗଡ଼ ଜିଲ୍ଲାର ଭାରପ୍ରାପ୍ତ ଡିଏସଡବ୍ଲୁଓ ଚନ୍ଦ୍ରମା ସାହୁଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଏକକାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ଆୟ ବର୍ହିଭୁତ ସଂପତ୍ତି ଠାବ କରାଯାଇଛି ।

ସମ୍ବଲପୁର ଭିଜିଲାନ୍ସ ବିଭାଗ ଏସପିଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଓ ବରଗଡ଼ ସ୍ଥିତ ବିଭାଗୀୟ କର୍ମଚାରୀ ମାନେ ଏକକାଳୀନ ଚନ୍ଦ୍ରମା ସାହୁଙ୍କ ବରପାଲି ତହସିଲ ଅଫିସ ସମ୍ମୁଖରେ ଥିବା ଦୁଇ ମ‌ହଲା କୋଠା ଘର ଏବଂ ବରଗଡ଼ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ । ଚଢ଼ାଉରେ ଘରେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ସହ ନଗଦ ୩ଲକ୍ଷ ୫୪ହଜାର ୫୨୦ ଟଙ୍କା, ୨ମହଲା କୋଠା ଘର, ଏକ କାର ଏବଂ ବରପାଲି ବ୍ଲକ ଅନ୍ତର୍ଗତ ଗୋପେଇପାଲିଠାରେ ମୂଲ୍ୟବାନ ଚାଷ ଜମି ଠାବ କରାଯାଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

18 + 7 =

error: Content is protected !!