କୁମୁଣ୍ଡେଠାରେ ମା’ ମାହେଶ୍ଵରୀ ସେନା ପକ୍ଷରୁ ରକ୍ତଦାନ ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ କୁମୁଣ୍ଡେ ଗ୍ରାମର ପ୍ରାଥମିକ ବିଦ୍ୟାଳୟଠାରେ ମା’ ମାହେଶ୍ଵରୀ ସେନା ତରଫରୁ ଗତକାଲି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ରକ୍ତ ଭଣ୍ଡାରର ସହାୟତା କ୍ରମେ ୨୬ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା । ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ପ୍ରଧାନଶିକ୍ଷକ ବିବେସ କୁମାର ନାଏକ, ସରୋଜ କମ୍ପ, ଭୁବନ ଦନ୍ତା ପୁଜାର୍ଚ୍ଚନା କରି ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତରଭା ତହସିଲଦାର୍ ଅନାଦି ତରଣ ସାହୁ ସମେତ ଜୟକୁମାର ସା, ଶିବୁଦତ୍ତ ଦାସ, ସୁରେଶ କମ୍ପ, ସନ୍ତୋଷ କର୍ମି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ରକ୍ତଦାନ ଶିବିରକୁ କୁମୁଣ୍ଡେ ଗ୍ରାମବାସୀ ତଥା ମା’ ମାହେଶ୍ଵରୀ ସେନାର କର୍ମକର୍ତ୍ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.