lika

ମରଣଯନ୍ତା ସାଜିଛି ପ୍ରଧାନମନ୍ତ୍ରୀ ସଡ଼କ : ସଚିବ ପ୍ରଦୀପ ଜେନାଙ୍କୁ ଭୁଆଁ ବୁଲେଇଲେ ନିର୍ବାହୀ ଯନ୍ତ୍ରୀ, ଚର୍ଚ୍ଚା ଜୋର ଧରିଛି

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ବାଦିପାଲି ଗ୍ରାମରୁ ଜୋଖିପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି । ସୂଚନା ଅନୁସାରେ ଏହି ରାସ୍ତକୁ ମରାମତି କରିବା ପାଇଁ ଗ୍ରାମର ଯୁବ ସାମ୍ବାଦିକ ଅଶ୍ୱିନୀ କୁମାର ଦାସ ଟ୍ୱିଟର ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ ଜେନାଙ୍କୁ ଅନୁରୋଧ କରିଥିଲେ ଯାହାଙ୍କ ନିର୍ଦେଶ କ୍ରମେ ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ୧୫ ଦିନ ମଧ୍ୟରେ ଗାତ ମରାମତି ହେବ ବୋଲି ଉତ୍ତର ରଖିଥିଲେ ସୁଦ୍ଧା ୨ ମାସ ପରେ ମଧ୍ୟ ରାସ୍ତା ଯେମିତିକୁ ସେମିତି ଅଛି । କୌଣସି ମରାମତି କାର୍ଯ୍ୟ କରାଯାଇ ନାହିଁ ତେଣୁ ସାମ୍ବାଦିକ ଜଣକ ରାସ୍ତା ଉପରେ ବସି ଅଭିନବ ପ୍ରତିବାଦ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ୨୦୦୫ ମସିହାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ହୋଇଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଏହି ରାସ୍ତାଟି ଅନ୍ୟାନ୍ୟ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ହେଉଥିବା ରାସ୍ତାରୁ କମ୍‌ ଓସାରିଆ ହୋଇଥିବାରୁ ଅନେକ ଦୁର୍ଘଟଣା ଘଟିଥାଏ । ଏଠାରେ ସୂଚନା ଯୋଗ୍ୟ ଯେ, ଦୁଇବର୍ଷ ତଳେ ଏହି ରାସ୍ତାରେ ଆସୁଥିବା ଏକ ଦମ୍ପତ୍ତି ଗାଡ଼ିରୁ ପଡ଼ିଯିବାରୁ ସ୍ତ୍ରୀ ଜଣକ ଅକାଳରେ ମୃତ୍ୟୁବରଣ କରିଥିଲେ । ଏହାଛଡା ଜୋଖିପାଲି ଗ୍ରାମରୁ ସାତବନ୍ଧ ଯିବାପାଇଁ ଏକ ମାଟି ରାସ୍ତା ପଡ଼ୁଛି ତାହା ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଛି ସରକାରୀ ନିୟମାନୁସାରେ ତାହା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପକ୍କା ସଡ଼କ ତିଆରି ହେବା କଥା କିନ୍ତୁ ଏଯାଏଁ ତାହାମଧ୍ୟ ହୋଇପାରି ନାହିଁ ଫଳରେ ବର୍ଷାଋତୁରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଯାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି ରାସ୍ତାର ମରାମତି ପାଇଁ ଦୀର୍ଘଦିନ ଧରି ଅଭିଯୋଗ କରାଯାଇଥିଲେ ସୁଦ୍ଧା ମରାମତି ହେଉନାହିଁ । ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଧିବାସୀମାନେ ତଥା ସଚେତନ ନାଗରିକ ବୃନ୍ଦ ଦାବୀ କରିଛନ୍ତି ।

sandip
Leave A Reply

Your email address will not be published.