୫-ଟି ସଚିବଙ୍କ ଭର୍ର୍ଚୁଆଲ୍ ବୈଠକରେ ଯୋଗଦେଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଖଡ଼ିଆଳ ଏନ୍ଏସିର ଭିତ୍ତିଭୂମି ବିକାଶ ନିମନ୍ତେ ଦାବୀ ଉପସ୍ଥାପନା କଲେ
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଏନ୍ଏସିର ଭିତ୍ତିଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାର ମୁକ୍ତା ଯୋଜନାରେ ୨ କୋଟି ୭୮ ଲକ୍ଷର ଟଙ୍କା ମଞ୍ଜୁରୀ କରିବେ ବୋଲି ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ପ୍ରକାଶ କରିଛନ୍ତି । ଆଜି ଭିଡିଓ କନ୍ଫରେନସ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ.ପାଣ୍ଡିଆନ ଆଲୋଚନା କରିଥିଲେ ଅନୁଦାନ ମଞ୍ଜୁରୀ କରାଯିବ ବୋଲି ପ୍ରତିଶୃତି ଦେଇଥିବା ସେ ସୂଚନା ଦେଇଛନ୍ତି । ୫-ଟି ଅନ୍ତର୍ଗତ ମୁକ୍ତା ଯୋଜନା କାର୍ଯ୍ୟକ୍ରମରେ ୫-ଟି ସଚିବ ଭର୍ର୍ଚୁଆଲ ବୈଠକ ମାଧ୍ୟମରେ ଏନ୍ଏସିର ଭିତ୍ତିଭୂମିର ବିକାଶ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ନଗରପାଳ ଖୁଲାଣା ବେହେରା ୱାର୍ଡ ସ୍ତରୀୟ ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରକଳ୍ପ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ । କୋଭିଡ଼ ମହାମାରୀରେ ସହରାଞ୍ଚଳର ଜନସାଧାରଣଙ୍କ ଜୀବନଜୀବିକାକୁ ବହୁଳ ଭାବେ ପ୍ରଭାବିତ କରିଥିଲା । ଜନସାଧାରଣଙ୍କ ଜୀବନ ରକ୍ଷା, ଜୀବିକା ଉପାର୍ଜନର ସୁଯୋଗ ସୃଷ୍ଟି ସହିତ ଏନ୍ଏସି ଅଞ୍ଚଳର ଭିତ୍ତିଭୂମି ବିକାଶ ନିମନ୍ତେ ଏକାଧିକ ଜନ କଲ୍ୟାଣକାରୀ ପ୍ରକଳ୍ପ ନିର୍ମାଣ କରାଯିବାର ଆବଶ୍ୟକତା ରହିଥିବାର ଭିତ୍ତିଭୂମି ବିକାଶ ନିମନ୍ତେ ସବୁ ୱାର୍ଡ ପାଇଁ ଆବଶ୍ୟକ ପ୍ରକଳ୍ପ ତାଲିକା ସହିତ ତାହାର ଆନୁମାନିକ ଅଟକଳ ପ୍ରସ୍ତୁତ କରି ମୋଟ ୨ କୋଟି ୭୮ ଲକ୍ଷର ଟଙ୍କାର ପ୍ରକଳ୍ପ ମୁକ୍ତା ଯୋଜନାରେ ମଞ୍ଜୁରୀ ପାଇଁ ୫-ଟି ସଚିବଙ୍କୁ ଭର୍ର୍ଚୁଆଲ ବୈଠକ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିଲା । ଆଜି ଏହି ଭର୍ର୍ଚୁଆଲ ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଲମ୍ବୋଦର ନିଆଲ, ଜିଲ୍ଲା ପରିଷଦ ସଭ୍ୟା ସନ୍ତୋଷିନୀ ସଲମା, ମମତା ମଞ୍ଜରୀ ଥପା, ଜ୍ୟୋତିଲାଲ ବଞ୍ଜାରେ, ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ସରସ୍ଵତୀ ବାଗ, ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର, ନିମାଇଁ ପଟେଲ, ନିଖିଳ ମେହେର, ଗିରି ହଂସ, ପ୍ରବୀଣ ପ୍ରଧାନୀ, ସୁବିର ସିଂଦେଓ ଓ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀଙ୍କ ସହ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ ।